Latest Odisha News

BREAKING NEWS

ୟୁପିଏ ବନାମ ଏନଡିଏ: କେଉଁ ସରକାର ଅମଳରେ କେତେ ସିବିଆଇ ରେଡ୍ ହୋଇଛି?

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଇଲା, ଟୁ-ଜି ସ୍ପେକଟ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ ୟୁପିଏ ସରକାର ଛନ୍ଦି ହୋଇଯିବା ପରେ ନା ଖାଇବି, ନା ଖାଇବାକୁ ଦେବି (na khaunga na khane dunga) ନାରା ଦେଇ ବିଜେପି ଦେଶରେ କ୍ଷମତା ହାତେଇଥିଲା। ଆଇ ୨୦୧୪ରୁ ଅଧ୍ୟାବିଧି ବିଜେପି ଦେଶରେ କ୍ଷମତାରେ ରହିଛି। ଏହି ସରକାରର ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାରି ଭିତରେ ବିଭିନ୍ନ ସମୟରେ ସିବିଆଇ ରେଡ୍ କରୁଛି । ଦୁର୍ନୀତି ବିରୋଧରେ ଏହା କାର୍ଯ୍ୟାନୁଷ୍ଠାନ ବୋଲି କେନ୍ଦ୍ର ସରକାର କୁହନ୍ତି। ହେଲେ ମୋଦୀ ସରକାର ସମୟରେ ଯେଉଁ ସିବିଆଇ ରେଡ୍ ହୋଇଛି ଅଧିକାଂଶ ବିରୋଧୀ ଦଳ ନେତାଙ୍କ ଉପରେ। ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ବିରୋଧୀଙ୍କ ସ୍ବର ଚପାଇବାକୁ ଯାଇ ମୋଦୀ ସରକାର ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ରହିଛି। ଏହାରି ଭିତରେ ଇଂରାଜୀ ଖବରକାଗଜ ‘ଦ ଇଣ୍ଡଆନ ଏକ୍ସପ୍ରେସ’ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ୟୁପିଏର ଅନ୍ତିମ ୧୦ ବର୍ଷ ବେଳରେ ସିବିଆଇ ରେଡ୍ ଏବଂ ବିଜେପିର ୮ ବର୍ଷରେ ସିବିଆଇ ରେଡ୍ କେତେ ଥର ହୋଇଛି ତାର ଏକ ରିପୋର୍ଟ ପ୍ରକାଶ ପାଇଛି। ଯାହା ସିବିଆଇର ତଦନ୍ତ ଧାରାକୁ ସନ୍ଦେହ ଚକ୍ଷରୁ ଦେଖାଯାଉଥିବା ବେଳେ  ଶାସକ ଦଳର ନେତା ଦୁର୍ନୀତିରେ ସାମିଲ ନଥିବା ଜଣାପଡିଛି।

ଏନଡିଏ ସରକାରରେ ବିରୋଧୀ ନେତାଙ୍କ ବିରୋଧରେ ୯୫% ଇଡି ରେଡ୍ କରିଛି, ୟୁପିଏ ସରକାରରେ ?

ଜାତୀୟ ଗଣମାଧ୍ୟମ ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ’ର ରିପୋର୍ଟ ଅନୁଯାୟୀ, ୟୁପିଏର ୧୦ ବର୍ଷ ଭିତରେ ୭୨ ଥର ସିବିଆଇ ରେଡ୍ ହୋଇଛି। ଯେଉଁଥିରେ ୪୩ଟି ରେଡ୍ ବିରୋଧୀ ନେତାଙ୍କ ଉପରେ ରହିଛି। ଅର୍ଥାତ ୬୦ ପ୍ରତିଶତ ରେଡ୍ ବିଜେପି ନେତାଙ୍କ ବିରୋଧରେ । ସେ ସମୟରେ ଅମିତ ଶାହ, ବି.ଏସ ୟେଦ୍ୟୁରପ୍ପାଙ୍କ ଭଳି ନେତାଙ୍କ ଘରେ ସିବିଆଇ ରେଡ୍ କରିଥିଲା। ଏବେ ମୋଦୀ ସରକାରର ୮ ବର୍ଷ ମଧ୍ୟରେ ୧୨୪ଟି ରେଡ୍ ହୋଇଛି। ସେଥିମଧ୍ୟରୁ ୧୧୮ଟି ରେଡ୍ ବିରୋଧୀ ନେତାଙ୍କ ଉପରେ। ଅର୍ଥାତ୍ ୯୫ ପ୍ରତିଶତ କେସ ରହିଛି ବିରୋଧୀ ନେତାଙ୍କ ବିରୋଧରେ। ଯେଉଁଥିରେ କଂଗ୍ରେସ ନେତା ପି. ଚିଦାମ୍ବରମ, ଅଶୋକ ଗେହଲୋଟ, କମଲନାଥଙ୍କ ସମେତ ଲାଲୁ ଯାଦବ ଏବଂ ଅନ୍ୟ ନେତା ରହିଛନ୍ତି।

ୟୁପିରେ ଯେପରି ମେଣ୍ଟ ପରିବର୍ତ୍ତନ କଲେ ସଂପୃକ୍ତ ଦଳର ନେତାଙ୍କ ଘରେ ରେଡ୍ ହେଉଥିଲା ସମାନ ଘଟଣା ଏନଡିଏରେ ମଧ୍ୟ ରହିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ୟୁପିଏ ମେଣ୍ଟରୁ ୨୦୧୩ରେ ଏନଡିଏ ଓହରିଥିଲା। ଆଉ ମେଣ୍ଟରୁ ଓହରିବାର ତିନି ଦିନ ପରେ ଡିଏମକେ ବିରୋଧରେ ସିବିଆଇ ରେଡ୍ ହୋଇଥିଲା। ସେହିପରି ଏନଡିଏ ବେଳେ ଅନେକ ନେତାଙ୍କ ବିରୋଧରେ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ସେମାନେ ବିଜେପିରେ ସାମିଲ ହୋଇଛନ୍ତି। ଯେପରିକି,  ହିମନ୍ତ ବିଶ୍ବଶର୍ମା, ମୁକୁଲ ରୟ (ଟିଏମସିରୁ ବିଜେପି-ଟିଏମସି), ଶୁଭେନ୍ଦୁ ଅଧିକାରୀ ଭଳି ନେତା।

କେଉଁ ଦଳର ନେତାଙ୍କ ଉପରେ କେତେ ଥର ସିବିଆଇ ରେଡ୍?

ତେବେ ଏନଡିଏ ସରକାର ସମୟରେ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ବିରୋଧରେ ସର୍ବାଧିକ ସିବିଆଇ ରେଡ୍ ହୋଇଛି। ଟିଏମସି ବିରୋଧରେ ୩୦, କଂଗ୍ରେସ ବିରୋଧରେ ୨୬, ଆରଜେଡି ୧୦, ବିଜେଡି ୧୦, ଓ୍ୱାଇଏସଆର କଂଗ୍ରେସ ୬, ଟିଡିପି ୫, ବିଏସପି ୫, ଆପ୍ ୪, ଏସପି ୪, ଏଆଇଏମଡିଏମକେ ୪, ସିପିଏମ୍ ୪, ଏନସିପି ୩, ଏନସି ୨, ଡିଏମକେ ୨, ପିଡିପି ୧, ଟିଆରଏସ ୧, ଅନ୍ୟାନ୍ୟ ୧ ।

ୟୁପିଏ ଓ ଏନଡିଏ ସମୟରେ ବଡ଼ ବଡ଼ିଆ ନେତାଙ୍କ ଉପରେ ରେଡ୍

୨୦୧୪-୨୨ ମଧ୍ୟରେ ସିବିଆଇ ୧୨ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୦ ମନ୍ତ୍ରୀ, ୩୪ ସାଂସଦ, ୨୭  ବିଧାୟକଙ୍କ ସମେତ ୧୦ ପୂର୍ବତନ ବିଧାୟକ, ୬ ପୂର୍ବତନ ସାଂସଦଙ୍କ ଉପରେ ରେଡ୍ କରିଛି। କିନ୍ତୁ ୟୁପିଏ ସରକାର ସମୟରେ ୪ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସମେତ ୨ ମନ୍ତ୍ରୀ, ୧୩ ସାଂସଦ, ୧୫ ବିଧାୟକ, ଜଣେ ପୂର୍ବତନ ବିଧାୟକ ଏବଂ ୩ ପୂର୍ବତନ ସାଂସଦ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ୟୁପିଏ କ୍ଷମତାରେ ଥିବା ବେଳେ ସିବିଆଇ କଂଗ୍ରେସ ବ୍ୟୁରୋ ଇନଭେସଟିକେସନ, ପଞ୍ଜୁରୀ ଭିତରର ଶୁଆ ଆଦି ଭାଷାରେ ସାମାଲୋଚିତ ହୋଇଛି। ଏବେ ନିକଟରେ ତତ୍କାଳୀନ ପ୍ରଧାନ ବିଚାରପତି ଏନ.ଭି ରମନ୍ନା ମଧ୍ୟ ଏହି ସିବିଆଇର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ।

Leave A Reply

Your email address will not be published.