Latest Odisha News

BREAKING NEWS

ଲାଞ୍ଚୁଆ ଥାନା ବାବୁ, ୧୦ ହଜାର ଟଙ୍କା ନେବା ବେଳେ ଧରିଲା ଭିଜିଲାନ୍ସ

ବଲାଙ୍ଗିର: ୧୦ ହଜାର ଟଙ୍କା ହାତଗୁଞ୍ଜା ନେବା ବେଳେ ଧରା ପଡ଼ିଲେ ଥାନା ବାବୁ । ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଏସଆଇ । ତାଙ୍କ ନାଁ ସରୋଜ ରଞ୍ଜନ ରଥ । ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ସମ୍ବଲପୁର ଭିଜିଲାନ୍ସ ବିଭାଗ । ଟଙ୍କା ବି ଜବତ ହୋଇଛି ।

ଭିଜିଲାନ୍ସ ବିଭାଗ ପକ୍ଷରୁ ଏସଆଇ ରଞ୍ଜନ ରଥଙ୍କ ଥାନା ପରିସରରେ ଥିବା ଅଫିସ ଓ ଭବାନୀପାଟଣା ଶକ୍ତିନଗରରେ ଥିବା ବାସଭବନରେ ଚଢ଼ାଉ କରାଯାଇଛି । ସର୍ଚ୍ଚ ଅପରେସନ୍ ଚାଲିଛି ।

ମୁରିବାହାଲ ଥାନାରେ ଦାୟର ଏକ ମାମଲାର ରଫାଦଫା କରିବାକୁ ସଞ୍ଜୀବ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ । ଏନେଇ ସଞ୍ଜୀବ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ଅନୁସାରେ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.