Latest Odisha News

BREAKING NEWS

ବହୁଚର୍ଚ୍ଚିତ ସୁବର୍ଣ୍ଣପୁର ଡକାୟତି ମାମଲା…

ସୁବର୍ଣ୍ଣପୁର: ବହୁଚର୍ଚ୍ଚିତ ସୁବର୍ନପୁର ଜିଲ୍ଲା ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ୍ ମାମଲା । ଚଳିତମାସ ୧୭ ତାରିଖ (ବୁଧବାର) ଦିନ ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘଲପୁର ଗାଁ ନିକଟରେ ବନ୍ଧୁକ ମୁନରେ ହୋଇଥିଲା ବଡ ଧରଣର ଲୁଟ୍ । ଏହି ମାମଲାରେ ସଂପୃକ୍ତ ଦୁଇ ଡକାୟତଙ୍କୁ ଆଜି ଗିରଫ କରାଯାଇଛି ।

ଗିରଫ ଡକାୟତଙ୍କଠାରୁ ନଗଦ ୨ ଲକ୍ଷ ୮୬ ହଜାର ଟଙ୍କା ଜବତ ହୋଇଛି । ଗିରଫ ଦୁଇ ଡକାୟତ ହେଲେ ରାଜେନ୍ଦ୍ର ରାଜାହଂସ ଓ ମାନସ କୁମାର ଚାଉଳିଆ । ସେମାନେ ବୌଦ୍ଧ ଜିଲ୍ଲା ମନମୁଣ୍ଡ ଅଂଚଳରେ ରହୁଥିବା ସୂଚନା ମିଳିଛି । ଲୁଟ୍ ୨୧ ଲକ୍ଷ ଟଙ୍କାରୁ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷ ୧୬ ହଜାର ଟଙ୍କା ଉଦ୍ଧାର ହେବା ସହ ଏକ ବ୍ୟାଗ ଓ ମୋବାଇଲ ମଧ୍ୟ ଜବତ ହୋଇଛି । ଏ ନେଇ ଆଜି ସୁବର୍ଣ୍ଣପୁର ଏସ୍‌.ପି ଏକ ସାମ୍ବାଦିକ ସମ୍ମିିଳନୀରେ ସୂଚନା ଦେଇଥିଲେ ।

ପ୍ରଥମ ପର୍ଯ୍ୟାୟରେ ୧୫ ଲକ୍ଷ ୩୦ ହଜାର ଟଙ୍କା ଉଦ୍ଧାର ହେବା ସହ ୫ ଜଣ ଡକାୟତ ପୋଲିସ ହାତରେ ଧରାପଡିଥିଲେ । ସେମାନେ ବ୍ୟବହାର କରିଥିବା ୫ଟି ବାଇକ୍ ଓ ୧୦ଟି ମୋବାଇଲ ଫୋନ ମଧ୍ୟ ହୋଇଥିଲା । ଗିରଫ ୫ ଡକାୟତଙ୍କ ମଧ୍ୟରୁ ୪ଜଣ ବୌଦ୍ଧ ଓ ଜଣେ ସୋନପୁର ବାସିନ୍ଦା ବୋଲି ଜଣାପଡିଛି । ଡକାୟତି ମାମଲାର ମାଷ୍ଟର ମାଇଣ୍ଡ ସାଜିଥିବା ସୁନୀଲ ମହାରଣା ମଧ୍ୟ ପୋଲିସ ଜାଲରେ ପଡିଛି ।

Leave A Reply

Your email address will not be published.