ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର । ପିଏମଇଜିପି ଋଣ କରାଇ ଦେବା ପାଇଁ ହିତାଧିକାରୀ ସୁନିଲ କୁମାର ମିଶ୍ରଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ବିପିନ କୁମାର ଦେହୁରୀଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବିପିନ ।
ପିଏମଇଜିପି ଋଣ କରାଇ ଦେବା ପାଇଁ ସୁନିଲଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିପିନ । ଏନେଇ ସୁନିଲ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ବିପିନ ଦେହୁରୀ ଟଙ୍କା ନେଉ ଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା ।
ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ନଗଦ ୫ ହଜାର ଟଙ୍କା ଜବତ କରିଥିବାବେଳେ, ଏବେ ଭିଜିଲାନ୍ସ ବିଭାଗ ବିପିନ ଦେହୁରୀଙ୍କର ତିନୋଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ କରୁଥିବା ସୂଚନା ମିଳିଛି ।
Comments are closed.