Latest Odisha News

BREAKING NEWS

[ଭିଡ଼ିଓ] ‘ନାମର୍ଦ୍ଦ’ର ଶୁଭ ମହୁରତ

କଟକ: ଆଗକୁ ଆସୁଛି ଫିଲ୍ମ ନାମର୍ଦ୍ଦ । ଜଣେ ପୁରୁଷର ଚିନ୍ତା ଧାରା ଉପରେ ପର୍ଯ୍ୟବେସିତ ହୋଇଛି ଏହି ମୁଭି । ଜଣେ ସମ୍ଭ୍ରାନ୍ତ ଘରର ଯୁବକ ପ୍ରେମରେ ପଡ଼ି କିଭଳି ବିପଥଗାମୀ ହେଉଛି ତାହା ଏଥିରେ ଦେଖାଯାଇଛି ।

କଟକ ଚୌଧୁରୀ ବଜାର କଳିଙ୍ଗ ଗେଷ୍ଟ ହାଉସ ପରିସରରେ ଏହାର ଶୁଭ ମହୁରତ ଅନୁଷ୍ଠିିତ ହୋଇଯାଇଛି । ଏଥିରେ ବଲିଉଡ଼ ଅଭିନେତା ଆର୍ଯ୍ୟନ୍ ଆବାସ ସହ ଅପୋଜିଟରେ ଅଛନ୍ତି ଅନନ୍ୟା କଶ୍ୟପ୍ ।

ପଶ୍ଚିମବଙ୍ଗର କିଛି କଳାକାର ମଧ୍ୟ ସାମିଲ ହୋଇଛନ୍ତି । ଫିଲ୍ମଟିରେ ଅଛନ୍ତି ନବାଗତା ସଂଧ୍ୟାରାଣୀ ସାହୁ, ଶୁଭ୍ର ମଜୁମଦାର । ଓଡ଼ିଶାର କିଛି ଯୁବପୀଢିଙ୍କୁ ମଧ୍ୟ ଏହି ଫିଲ୍ମରେ ସାମିଲ କରାଯାଇଛି ।

ବର୍ତ୍ତମାନ ଫିଲ୍ମ ର ସୁଟିଂ ଆରମ୍ଭ କରାଯିବାକୁ ଥିବା ବେଳେ ଫିଲ୍ମ ରିଲିଜ୍ ପରେ ଦର୍ଶକଙ୍କୁ ନିଶ୍ଚିତରୂପେ ପସନ୍ଦ ଆସିବ ବୋଲି ପୁରା ଟିମ୍ ଆଶାବାଦୀ ରହିଛି ।

Leave A Reply

Your email address will not be published.