Latest Odisha News

BREAKING NEWS

ଆରମ୍ଭ ହେଲା ସୁଭଦ୍ରା ପଞ୍ଜିକରଣ, ଜାଣନ୍ତୁ କେମିତି କରିବେ ଫର୍ମ ପୁରଣ

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ । ପଞ୍ଜିକରଣ ପାଇଁ ଅଙ୍ଗନବାଡି କେନ୍ଦ୍ର, ବ୍ଲକ୍‌ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦିନ ସାରା ଭିଡ ଦେଖିବାକୁ ମିଳିଛି । ସେଠାରୁ ଫର୍ମ ଆଣି ପୂରଣ କରିବା ପରେ ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିପାରିବେ । ସୁଭଦ୍ରା ସହାୟତା ଆବେଦନ ଫର୍ମ ପୂରଣ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ସେହି ଅବସରରେ ମିଳିବ ପ୍ରଥମ କିସ୍ତି ସହାୟତା। ବର୍ଷକୁ ଦୁଇ ଥର ମିଳିବ ସୁଭଦ୍ରା କିସ୍ତି। ମାର୍ଚ୍ଚ ଅନ୍ତର୍ଜାତିକ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ମିଳିବ ୫ହଜାର ଟଙ୍କା ଲେଖାଏଁ କିସ୍ତି। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ସରିଯାଇଥିବାରୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଦିଆଯିବ। ରାଜ୍ଯର ପ୍ରାଯ ୧ କୋଟି ୩୦ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ । ତେବେ ଆସନ୍ତୁ ଜାଣିବା ସୁଭଦ୍ରା ଯୋଜନା ଫର୍ମ ପୁରଣ କିପରି କରିବେ…

କିପରି କରିବେ ଫର୍ମ ପୁରଣ

  • ଫର୍ମରେ ପ୍ରଥମେ ଆପଣଙ୍କ ନାମ ଏବଂ ଆଧାର କାର୍ଡ ନମ୍ବର ଲେଖିବେ ।
  • ପରେ ଫର୍ମରେ ତୁମର ଅଭିଭାବକ (ସ୍ୱାମୀ କିମ୍ବା ବାପା) ଙ୍କ ନାମ ଲେଖିବେ।
  • ଆଧାର କାର୍ଡରେ ଥିବା ଜନ୍ମ ତାରିଖ ଲେଖିବେ ।
  • ପରେ ନିଜର ଜାତି ଚୟନ କରିବେ ।
  • ଏବେ ନିଜର ଆଧାର କାର୍ଡରେ ଥିବା ମୋବାଇଲ ନମ୍ବର ଲେଖିବେ ।
  • ଏବେ ନିଜର ଠିକଣା ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଅନ୍ତୁ ।
  • ଶେଷରେ ଆବେଦନକାରୀ ନିଜର ଦସ୍ତଖତ କରିବେ ।
  • ଫର୍ମ ଫିଲଅପ୍ ପରେ ଆପଣଙ୍କର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍‌ ଓ ରାସନ କାର୍ଡର ଫଟୋକପି ଦେଇ ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ। ଏହାପରେ ଆବେଦନ ନମ୍ବର ଥିବା ପତ୍ର ଆଣିବେ ।

Comments are closed.