Subhadra Shakti Bazaar: ସବୁ ଜିଲ୍ଲାରେ ନିର୍ମାଣ ହେବ ‘ସୁଭଦ୍ରା ଶକ୍ତି ବଜାର’, ବଜାରୀକରଣ ହେବ ଏସଏଚଜି ଦ୍ୱାରା ପ୍ରସ୍ତୁତ ଉତ୍ପାଦ
ଭୁବନେଶ୍ଵର: ଭୁବନେଶ୍ୱରରେ ନିର୍ମାଣ ହେବ ‘ସୁଭଦ୍ରା ଶକ୍ତି ବଜାର’। ପ୍ରତ୍ୟେକ ଜିଲ୍ଲାରେ ‘ସୁଭଦ୍ରା ଶକ୍ତି ବଜାର’ ବି ପ୍ରତିଷ୍ଠା ହେବ। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରୀକରଣ ହେବ। ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି। ଲକ୍ଷପତି ଦିଦି ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ। ତେଣୁ ସହରାଞ୍ଚଳ ସହ ଭୁବନେଶ୍ୱରରେ ବି ସୁଭଦ୍ରା ଶକ୍ତି ବଜାର ପ୍ରତିଷ୍ଠା କରିବେ ସରକାର।
ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ବଜାରୀକରଣ ପାଇଁ ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ‘ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି। ଲକ୍ଷପତି ଦିଦି ଯୋଜନା କେବଳ ଗ୍ରାମାଞ୍ଚଳରେ ସୀମିତ ଅଛି। ‘ରାଉରକେଲା’ ସହରାଞ୍ଚଳରେ କୌଣସି ଲକ୍ଷପତି ଦିଦି ଚିହ୍ନଟ ହୋଇନାହାନ୍ତି।
ସୁଭଦ୍ରା ତୃତୀୟ କିସ୍ତିରୁ ୩ ଲକ୍ଷ ୯୯ ହଜାର ୩୫୨ ଜଣ ବାଦ୍ ପଡ଼ିଛନ୍ତି। ସେହିପରି ଦ୍ଵିତୀୟ କିସ୍ତିରୁ ୧ ଲକ୍ଷ ୮୩ ହଜାର ୭୮୫ ହିତାଧିକାରୀ ବାଦ୍ ପଡ଼ିଛନ୍ତି। ପ୍ରଥମ କିସ୍ତିରେ ମୋଟ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ପାଇଥିବା ବେଳେ ଦ୍ଵିତୀୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ଜଣ ପାଇଛନ୍ତି। ୯୬ ଲକ୍ଷ ୯୬ ହଜାର ୯୫୫ ଜଣ ତୃତୀୟ କିସ୍ତି ପାଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ୩,୫୨,୭୩୮ ସ୍ୱୟଂ ସହାୟକ ଗୋଷ୍ଠିକୁ ମୋଟ ୧୭,୪୫୪.୭୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି।
Comments are closed.