Latest Odisha News

ସୁଭଦ୍ରା ଯୋଜନା: ୨ ହଜାର ଆବେଦନ ଖାରଜ

ଭୁବନେଶ୍ୱର: ସୁଭଦ୍ରା ଯୋଜନା ଅଧୀନରେ ଆବେଦନ କରିଥିବା ୨ ହଜାର ମହିଳାଙ୍କ ଆବେଦନ ପତ୍ର ଖାରଜ କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ତେବେ ଆକାଉଣ୍ଟ ସଠିକ୍‌ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ ବୋଲି କହିଛନ୍ତି ପ୍ରଭାତୀ ପରିଡା l ଶତ ପ୍ରତିଶତ ଆବେଦନ କ୍ଲିୟର ହୋଇଛି ଏବେ ଆଉ ପେଣ୍ଡିଂ ନାହିଁ ବୋଲି କହିଛନ୍ତି ପ୍ରଭାତୀ l

ଗତକାଲି ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି କ୍ରମରେ ଗତକାଲି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ସୁଭଦ୍ରାର ପ୍ରଥମ କିସ୍ତିର ୫୦୦୦ ଟଙ୍କା ମିଳିଛି । ମୋଟ ୧୨୫୦ କୋଟି ଟଙ୍କା ଆକଉଣ୍ଟକୁ ପଠାଇଛନ୍ତି ମୋଦୀ ସରକାର ।

Leave A Reply

Your email address will not be published.