Latest Odisha News

BREAKING NEWS

ଲୋକଙ୍କ ମତରେ ଆସିବ ସୁଭଦ୍ରାର ଏସଓପି, ହେଲେ କେବେ? ଜାଣନ୍ତୁ…

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ଅନେକ ମତ ପ୍ରକାଶ ପାଉଥିବା ବେଳେ ଏହାକୁ ନେଇ ବଡ ଖୁଲସା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ତେବେ ପୂର୍ବରୁ ଅଗଷ୍ଟ ୧୫ରେ ସୁଭଦ୍ରା ଯୋଜନା ନେଇ ଏସଓପି ଆସୁଥିବା କହିଥିବା ବେଳେ ଏବେ ଏଥିରେ କିଛି ଅସ୍ପଷ୍ଟତା ଜଣାପଡୁଛି । ୧୫ରେ ଏସଓପି ନ ଆସିପାରେ ବୋଲି ଇଙ୍ଗିତ କରିଛନ୍ତି ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଲୋକଙ୍କ ମତାମତ ପରେ ସୁଭଦ୍ରା ଏସ୍‌ଓପି ସାର୍ବଜନୀନ ହେବ । ସେପ୍‌ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ଟଙ୍କା ଦିଆଯିବ । ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ପ୍ରସ୍ତୁତ ସରିଛି ହେଲେ ଏଥିରେ ଲୋକଙ୍କ ମତାମତ ଲୋଡିଛନ୍ତି ଲୋକଙ୍କ ସରକାର । ଏଥିପାଇଁ ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି । ଏହା ସଚିବଙ୍କ ପାଖକୁ ଆସିବା ପରେ ଲୋକମାନେ ଯାହା ମତାମତ ଦେଇଥିବେ, ସେହି ହିସାବରେ ପୁଣି ନିର୍ଦ୍ଧାରିତ ଏସଓପିକୁ ସଂଶୋଧନ କରାଯାଇ ସାର୍ବଜନୀନ କରାଯିବ । ଯାହା ଆସନ୍ତା ୧୪ ତାରିଖ ସୁଦ୍ଧା ଜିଲ୍ଲାପାଳମାନଙ୍କ ପାଖରୁ ଫିଡ୍‌ବ୍ୟାକ୍‌ ରିପୋର୍ଟ ଆସି ଯିବ ।

ଏହା ସହିତ ଯେପର୍ଯ୍ୟନ୍ତ ଏସଓପି ଆସିନି ସେପର୍ଯ୍ୟନ୍ତ ମହିଳାମାନଙ୍କୁ ସୁଭଦ୍ରା ନେଇ ଭ୍ରମିତ କରନ୍ତୁ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Comments are closed.