Latest Odisha News

BREAKING NEWS

ଆସୁଛି ତାଲ୍ ୨; ନଜର ଆସିବେନି ଐଶ୍ୱର୍ଯ୍ୟା ରାୟ ଓ ଅକ୍ଷୟ ଖନ୍ନା

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତରେ କିଛି ସିକ୍ୱେଲକୁ ଫ୍ୟାନ୍ସ ଉତ୍ସାହ  ସହିତ ଅପେକ୍ଷା କରିଛନ୍ତି। ଯେଉଁଥିରେ ୧୯୯୯ ମସିହାର ଚଳଚ୍ଚିତ୍ର “ତାଲ୍” ମଧ୍ୟ ଅନ୍ତର୍ଭୁକ୍ତ। ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍ ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟ ଏବଂ ଅକ୍ଷୟ ଖନ୍ନା ପ୍ରମୁଖ ଯୋଡ଼ି ଅଭିନୟ କରିଥିଲେ।

“ତାଲ୍ ୨” ବହୁତ ଦିନ ଧରି ଚର୍ଚ୍ଚାରେ ରହିଛି। ପ୍ରଶଂସକମାନେ ଏହି କଲ୍ଟ ଚଳଚ୍ଚିତ୍ରର ରିମେକ୍ ମଧ୍ୟ ଦାବି କରିଛନ୍ତି। ଏବେ ସୁଭାଷ ଘାଇ ଶେଷରେ ସ୍ପଷ୍ଟ କରିଛନ୍ତି ଯେ “ତାଲ୍ ୨” ଉପରେ କାମ କରୁଛନ୍ତି।

ସେ ଆହୁରି କହିଛନ୍ତି ଯେ ଚଳଚ୍ଚିତ୍ରର ସ୍କ୍ରିପ୍ଟ ରେଡି। ସେ ଏକ ସାକ୍ଷାତକାରରେ କହିଛନ୍ତି, “ମୁଁ ଯେଉଁ ପୋଷ୍ଟ ସେୟାର କରିଛି ସେଥିରେ ଏକ ପ୍ରଶ୍ନ ଅଛି ଏବଂ ଦର୍ଶକ ଏହାର ଉତ୍ତର ଦେବେ। ମୁଁ ୧୫ ବର୍ଷ ଧରି ଏହି ପ୍ରଶ୍ନର ସମ୍ମୁଖୀନ ହେଉଛି।

ତାଲ ୨ରେ ଐଶ୍ୱର୍ଯ୍ୟା ରାୟ ଏବଂ ଅକ୍ଷୟ ଖାନ୍ନା ଏହି ଫିଲ୍ମରେ ଦେଖାଯିବେ ନାହିଁ। କାରଣ ସୁଭାଷ ଘାଇ ନୂଆ ମୁହଁ ଆଣିବାକୁ ଚାହୁଁଛନ୍ତି। ତେବେ ଅନୀତ ପଡ୍ଡା ଏବଂ ଆହାନ ପାଣ୍ଡେଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି।

 

Comments are closed.