ନନ୍ଦିଗ୍ରାମ : ପଶ୍ଚିମବଙ୍ଗ ରାଜନୀତିରେ ଓଲଟପାଲଟ । ନନ୍ଦିଗ୍ରାମ ଆସନରୁ ହାରିଲେ ମମତା ବାନାର୍ଜୀ । ୧୬୧୧ ଖଣ୍ଡ ଭୋଟରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ତେବେ ଏନେଇ କୋର୍ଟ ଯିବେ ବୋଲି କହିଛନ୍ତି ମମତା ବାନାର୍ଜୀ । ପୂର୍ବରୁ ମମତା ବାନାର୍ଜୀ ୧୨୦୦ ଭୋଟରେ ଜିତିଥିବା ନେଇ ଘୋଷଣା ହୋଇଥିଲା । କିନ୍ତୁ ଏବେ ମମତା ୧୬୨୨ ଖଣ୍ଡ ଭୋଟରେ ହାରିଥିବା ଜଣାପଡିଛି । ତେବେ ନନ୍ଦିଗ୍ରାମର ରାୟକୁ ସେ ସ୍ବାଗତ କରିବେ ବୋଲି କହିଛନ୍ତି ମମତା ବାନାର୍ଜୀ ।
ତେବେ ପଶ୍ଚିମବଙ୍ଗରେ ଦଳର ଏତେ ବଡ଼ ସଫଳତା ପରେ ବିଜୟ ଉତ୍ସବ ପାଳିବେ ନାହିଁ ବୋଲି କହିଛନ୍ତି ମମତା । କରୋନା କାରଣରୁ ସେ ଏହି ବିଜୟ ଉତ୍ସବ ପାଳିବେ ନାହିଁ । ତେବେ ପଶ୍ଚିମବଙ୍ଗରେ ଏହା ଲୋକତନ୍ତ୍ରର ବିଜୟ ବୋଲି ମମତା କହିଛନ୍ତି । ଟିଏମସିକୁ ହରାଇବା ପାଇଁ ଅନେକ ପ୍ରୟାସ କରିଥିଲା ବିଜେପି । ଏପରିକି ନିର୍ବାଚନ କମିଶନ ମଧ୍ୟ ଟିଏମସିକୁ ନିର୍ବାଚନ ସମୟରେ ବହୁ ପ୍ରତିବନ୍ଧକ ଲଗାଇଥିଲେ । ତେଣୁ ନିର୍ବାଚନ କମିଶନଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ମମତା କହିଛନ୍ତି ।
Comments are closed.