Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଜୟପୁରରେ ରକ୍ତଦାନ ଶିବିରି,୫୦ ୟୁନିଟ ରକ୍ତ ସଂଗ୍ରହ କରାଗଲା

ଜୟପୁର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଆଜି ଜୟପୁର ସହରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କାଳରେ ରକ୍ତର ଘୋର ଅଭାବ ଦେଖିଦେଇଛିା କରୋନାକୁ ଭୟ କରି କେହି ରକ୍ତଦାନ କରୁନାହାନ୍ତି । ଫଳରେ ରକ୍ତର ଅଭାବ ଯୋଗୁଁ ଅନେକ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି ।ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରକ୍ତବିନ୍ଦୁ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବୋରିମ୍ମା ବ୍ଲକ କାମରା ଠାରେ ରକ୍ତଦାନ ଶିବିରି ଅନୁଷ୍ଠିତ ହୋଇଯାଇଛି । ସକାଳ ୯ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଶିବିର । ଏହି କାର୍ଯ୍ୟକ୍ରମରେ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ଜିଲାସଭାପତି ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ଙ୍କ ତତ୍ୱାଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପଦ୍ମିନୀ ଦିଆନ ,ନବରଙ୍ଗପୁର ସାଂସଦ ରମେଶ ମାଝୀ, ଯୋଗଦେଇ ଥିଲେ। ସଭାପତି ଏବଂ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, ନିର୍ବାଚନ ମଣ୍ଡଳୀ ର ଅବଜେର୍ଭର ମୁନା ରଥ, ପ୍ରମୁଖ ଯୋଗ ଦେଇଥିଲେ।।

ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ରହିଥିବା ଯୋଗୁଁ ରକ୍ତର ଘୋର ଅଭାବ ଦେଖାଦେଉଛି । ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଥିବା କହିଛନ୍ତି ଈଶ୍ୱର ପାଣିଗ୍ରାହୀ । ଗରିବ ଲୋକଙ୍କ ରକ୍ତ ଅଭାବ କୁ ଦୂର କରିବା ପାଇଁ ଏହି ରକ୍ତଦାନ ଶିବିର ହେଉଥିବା ମନ୍ତ୍ରୀ ପଦ୍ମନି ଦୀଆନ ଓ ସାଂସଦ ରମେଶ ମାଝୀ କହିଛନ୍ତି ।ସେପଟେ ଅନେକ ସମୟ ରେ ଅଭାବ କୁ ନେଇ ଅନେକ ଜୀବନ ଯାଉଛି। ଏଣୁ ରକ୍ତ ଦାନ କରି ଅନ୍ୟ ଜୀବନ ବଞ୍ଚାଇ ବାରେ କିଛିଟା ସୁଯୋଗ ପାଇଥିବାରୁ ଖୁସି ଥିବା କହିଛନ୍ତି ରକ୍ତଦାତା।

Leave A Reply

Your email address will not be published.