ମୁମ୍ବାଇ: ପରମବୀର ସିଂ ଲେଟର ବୋମାରେ ମହାରାଷ୍ଟ୍ର ସରକାର ଏବଂ ଉଦ୍ଧବ ଠାକରେ ସଙ୍କଟରେ ପଡିଯାଇଛନ୍ତି । ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନିବେଶ ଗୃହ ମନ୍ତ୍ରଣାଳୟକୁ ୬ଜିବି ଡାଟାର ପ୍ରମାଣ ଯୋଗାଇଛି । ଫଡନିବେଶ ଅଭିଯୋଗ ଆଣିଛନ୍ତି ଯେ, ପୂର୍ବତନ ଗୋଇନ୍ଦା ଅଧିକାରୀ ରଶ୍ମି ଶୁକ୍ଲାଙ୍କ ଅନୁମତି ନେଇ ଫୋନ ରେକର୍ଡ କରାଯାଇଥିଲା ।
୨୦୨୦ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏ ନେଇ ରିପୋର୍ଟ ପ୍ରଦାନ କରାଯାଇଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ । ସିବିଆଇ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କଲେ ତଥ୍ୟ ସାମ୍ନାକୁ ଆସିବ । ପୋଲିସ ଅଧିକାରୀଙ୍କ ବଦଳିଠାରୁ ଆରମ୍ଭ କରି ଅନେକଗୁଡିଏ କେସକୁ ଚାପି ଦିଆଯାଇଛି ବୋଲି ସେ କହିଛନ୍ତି ।
Comments are closed.