Latest Odisha News

BREAKING NEWS

ପେପର ଲିକ୍ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଏନଟିଏ ଡିଜି ପଦରୁ ସୁବୋଧ ସିଂହ ବିଦା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବେ ବିବାଦ ଘେରରେ ରହିଛି। ୟୁଜିସି ନେଟ୍ ପରୀକ୍ଷା ବାତିଲ ହେବା ପରେ ଏବଂ ନିଟ୍ ପରୀକ୍ଷାରେ ଜାଲିଆତି ଖବର ସାମ୍ନାକୁ ଆସିବା ପରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କୁ ନେଇ ବୟାନ ଦେଇଛନ୍ତି ।

ସେ କହିଥିଲେ ଯେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିରେ ଗୁଣାତ୍ମକମାନ ବଢିବାର ସମ୍ଭାବନା ରହିଛି ଏବଂ ଯେଉଁ ଏନଟିଏର ଅଧିକାରୀମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ସୁବୋଧ କୁମାର ସିଂହଙ୍କୁ ଏନଟିଏର ମହାନିର୍ଦ୍ଦେଶକ ପଦରୁ ହଟାଇ ଆଇଏଏସ୍ ପ୍ରଦୀପ ସିଂହ ଖରୋଲାଙ୍କୁ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।

କହିରଖୁଛୁ ଯେ ପରୀକ୍ଷାକୁ ତ୍ରୁଟିପୂର୍ଣ୍ଣ କରିବା ପାଇଁ ଏନଟିଏ ଗଠନ କରାଯାଇଥିଲା, କିନ୍ତୁ ବାରମ୍ବାର ଏନଟିଏ ବିଫଳ ହେଉଥିବା ଜଣାପଡିଛି ।

ପୂର୍ବରୁ ୟୁଜିସି ନେଟ୍ ପରୀକ୍ଷାର ପେପର ଲିକ୍ ହେବା ପରେ ୟୁଜିସି ନେଟ୍ ପରୀକ୍ଷା ବାତିଲ କରିବାକୁ ପଡ଼ିଥିଲା। ସେହିପରି ନିଟ୍ ପରୀକ୍ଷାରେ ପେପର ଲିକ୍ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହାପରେ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିରେ ସଂସ୍କାରର ଆବଶ୍ୟକତା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନଟିଏର କୌଣସି ଅଧିକାରୀ ଯିଏ ଏଥିରେ ସମ୍ପୃକ୍ତ ଅଛନ୍ତି ଏବଂ ଯିଏ ଦୋଷୀ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.