Latest Odisha News

BREAKING NEWS

ଉଲ୍ଲେଖନୀୟ ସେବା ପାଇଁ ସିବିଆଇ-ଭୁବନେଶ୍ୱରର ସୁବ୍ରତ ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର: ସିବିଆଇର ଦୁର୍ନୀତି ନିବାରଣ ଶାଖାର ଷ୍ଟେନୋଗ୍ରାଫର ସୁବ୍ରତ ମହାନ୍ତିଙ୍କୁ ୭୪ତମ ସାଧାରଣତନ୍ତ୍ର ଦିବସରେ ସମ୍ମାନଜନକ ମେଡାଲ ଫର ମେରିଟିୟସ୍ ସର୍ଭିସ୍ ପୁରସ୍କାର ପ୍ରଦାନ କରାଯିବ।

ପୋଲିସ ସେବାରେ ଅସାଧାରଣ ଅବଦାନ ପାଇଁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଏବଂ ସ୍ୱାଧୀନତା ଦିବସ ପାଳନ ଅବସରରେ ପୋଲିସ କର୍ମଚାରୀଙ୍କୁ ଏହି ପଦକ ପ୍ରଦାନ କରାଯାଏ ।

ଶ୍ରୀ ମହାନ୍ତି ୨୦୦୪ମସିହାରେ ଚଣ୍ଡିଗଡ଼ସ୍ଥିତ ସିବିଆଇରେ ବରିଷ୍ଠ କିରାଣି ଭାବେ ଯୋଗ ଦେଇଥିଲେ ଏବଂ ୨୦୦୫ ଜୁଲାଇରୁ ସିବିଆଇ, ଏସିବି, ଭୁବନେଶ୍ୱରରେ ଅବସ୍ଥାପିତ ଅଛନ୍ତି।

ସିବିଆଇ, ଭୁବନେଶ୍ୱରର ପ୍ରଥମ ମନ୍ତ୍ରୀସ୍ତରୀୟ କର୍ମଚାରୀ ଭାବେ ଏହି ସମ୍ମାନଜନକ ପଦକ ପାଇବାକୁ ଯାଉଛନ୍ତି। ୨୦୦୮ ଓ ୨୦୧୧ ରେ ସିବିଆଇର ଶ୍ରେଷ୍ଠ ଶାଖା ଭାବେ ମନୋନୀତ ହେବା ପରେ ସେ ଏଠାରେ କାର୍ଯ୍ୟ କରୁଥିଲେ।

Leave A Reply

Your email address will not be published.