Latest Odisha News

BREAKING NEWS

ପୋଷା କୁକୁର, ବିଲେଇ ପାଇଁ ମହିଳା ଛାଡିଲେ ୨.୮ ମିଲିୟନ ଡଲାର

ବେଜିଂ: ଅନେକ ଲୋକ ନିଜ ପୋଷା ପ୍ରାଣୀଙ୍କୁ ଜୀବନଠାରୁ ବେଶୀ ଭଲ ପାଇଥାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଚୀନର ଲିଉ । ଏହି ମହିଳା ଜଣଙ୍କ ତାଙ୍କ ପୋଷା କୁକୁର ଓ ବିଲେଇ ପାଇଁ ୨.୮ ମିଲିୟନ ଡଲାର ସମ୍ପତି ଛାଡି ଦେଇଛନ୍ତି । ଏପରିକି ସେ ତାଙ୍କ ପିଲାମାନଙ୍କ ପାଇଁ ମଧ୍ୟ କୌଣସି ସମ୍ପତି ଛାଡି ନାହାନ୍ତି । ଲିଉ ନାମକ ଏହି ମହିଳାଙ୍କ ପରିଣତ ବୟସରେ ପୋଷା ବିଲେଇ ଓ କୁକୁରଙ୍କ ସମୟ କାଟିଥିଲେ । ଏହି ସମୟ ମଧ୍ୟରେ ପିଲାମାନେ ତାଙ୍କ ପାଖକୁ ଭେଟିବାକୁ ଆସି ନ ଥିଲେ । ଯାହକୁ ନେଇ ସେ ରାଗି ଯାଇଥିଲେ । ଚୀନର ନିୟମ ଅନୁସାରେ ସିଧାସଳଖ ପୋଷା ପ୍ରାଣୀଙ୍କ ପାଇଁ ସମ୍ପତି କରିହେବ ନାହିଁ । ଲିଉ ଏକ ଭେଟେରିନାରୀ କ୍ଲିନିକକୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।

ସମ୍ପତି ଦାନ କରିବା ପରେ ଲିଉଙ୍କ ପିଲାମାନେ ମାଆଙ୍କୁ ବୁଝାଇବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ସେମାନଙ୍କ ଓକିଲ ତାଙ୍କୁ ବୁଝାଇଥିଲେ ମଧ୍ୟ ସେ ବୁଝୁ ନାହାନ୍ତି । ଯେଉଁମାନେ ବୃଦ୍ଧାବସ୍ଥାରେ ପିଲାମାନଙ୍କ ସହାୟତା ଲୋଡିଥାନ୍ତି ଯଦି ସେମାନେ ଦାୟିତ୍ୱରୁ ଦୂରେଇ ଯିବେ ତେବେ ଏହି ଭଳି ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଲିଉ କହିଛନ୍ତି ।

Leave A Reply

Your email address will not be published.