Latest Odisha News

BREAKING NEWS

ବେଙ୍ଗାଳୁରୁର କୋଟିପତି ବାରିକ, ପାଖରେ ଅଛି ୩ ଶହରୁ ଅଧିକ ଦାମି କାର, ଜଣେ ଆଣ୍ଟିଙ୍କ ଆଡଭାଇସ୍ ବଦଳାଇଦେଲା କିସମତ୍ 

ବେଙ୍ଗାଳୁରୁ: କେବଳ ହାତରେ ପଇସା ଥିଲେ ଯେ ସଫଳତା ଧାଇଁ ଆସିବ ତା ନୁହେଁ । କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଥିଲେ ଜଣେ ବ୍ୟକ୍ତି ସେଲୁନ୍ ବାଲାଠୁ କୋଟି ପତି ବି ହୋଇପାରିବ । ଆପଣଙ୍କୁ ବିଶ୍ବାସ ହେଉନଥିବ । ଚାଲନ୍ତୁ ଭେଟିବା ବେଙ୍ଗାଳୁରୁର ଜଣେ ସେଲୁନ୍ ବାଲାଙ୍କୁ । ଯିଏ ଆଜି କୋଟି କୋଟି ଟଙ୍କାର ମାଲିକ । 

ସମୟ ଥିଲା ଯେବେ ଘରେ ଘରେ ପେପର ବିକି ପରିବାର ଚଳାଉଥିଲେ । ଅଭାବ ଅସୁବିଧା ଯାହାଙ୍କ ନିତି ଦିନିଆ କଥା ଥିଲା । ସମୟର ଖେଳ ଦେଖନ୍ତୁ ଆଜି ସିଏ ଜଣେ କୋଟିପତି । କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି କେମିତି ଜଣଙ୍କ ଭାଗ୍ୟକୁ ଏକ ନୂଆ ମୋଡ ଦିଏ ତାର ଏକ ବଡ ଉଦାହରଣ ହେଉଛନ୍ତି ବେଙ୍ଗାଳୁୁରୁ ଏହି ବ୍ୟକ୍ତି ଜଣଙ୍କ । ନାଁ ରମେଶ ବାବୁ । ଯାହାଙ୍କ କାମ ହେଲା ଚୁଟି କାଟିବା । ହଁ ସେ ହେଉଛନ୍ତି ଜଣେ ବାରବର ମାନେ ବାରିକ । ରମେଶ ଚୁଟି କାଟନ୍ତି ସିନା ହେଲେ ଚଢନ୍ତି ସାଢେ ତିନିକୋଟିର ରୋଲ୍ସ ରୋଏ । 

ତାଙ୍କ ଷ୍ଟାଣ୍ଡାର୍ଡ ଦେଖି ଆପଣ ଭାବୁଥିବେ ସେ ହେୟାର କଟିଂ ପାଇଁ ଢେର ସାରା ଟଙ୍କା ନେଉଥିବେ । ନା ସିଏ ନିଅନ୍ତି କେବଳ ୧୫୦ ଟଙ୍କା । ରମେଶଙ୍କ ପାଖରେ ଏବେ ୩ ଶହରୁ ଅଧିକ ଦାମି ଦାମି ତଥା ଲକଜିରୀ କାର ରହିଛି । କାରଣ ସେଲୁନ ବ୍ୟବସାୟ ଛଡା ରମେଶ ବାବୁ କାର ରେଣ୍ଟାଲ ବିଜନେସ ବି କରନ୍ତି । ଆପଣ ଭାବିବେନି କି ଏହି ସବୁ ଗାଡି ତାଙ୍କୁ କାହାଠୁ ମିଳିଛି । ଏହା ତାଙ୍କ ଝାଳବୁହା ପରିଶ୍ରମର ଫଳ । 

ବାପା ଚାଲିଯିବା ପରେ ତାଙ୍କ ସେଲୁନ୍ ବ୍ୟବସାୟକୁ ରମେଶଙ୍କ ଏକା ଚଳାଉଥିଲେ । ୧୮ ବର୍ଷ ବୟସରୁ ହିଁ ରମେଶ ସେଲୁନ ବ୍ୟବସାୟକୁ ନିଜ କାନ୍ଧକୁ ନେଲେ । ରମେଶଙ୍କ କାମ ଓ ସଚ୍ଚୋଟପଣିଆ ଦେଖି ଦିନକୁ ଦିନ ସେଲୁନରେ ଗ୍ରାହକଙ୍କ ଭିଡ ବଢେ । ବେଳେ ବେଳେ ଏତେ କଷ୍ଟୋମର ହେଇଯାଉଥିଲେ ହେୟାର କଟିଂ ପାଇଁ ରମେଶଙ୍କୁ ସକାଳ ୬ ଟାରୁ ରାତି ୨ଟା ପର୍ଯ୍ୟନ୍ତ କାମ କରିବାକୁ ପଡୁଥିଲା । 

ଢେର ସାରା ରୋଜଗାର ପରେ ବି ରମେଶ ବାବୁ ସେଲୁନ୍ ବ୍ୟବସାୟକୁ ନେଇ ସନ୍ତୋଷ ନଥିଲେ । ତାଙ୍କୁ ଆହୁରି କିଛି କରି ଆଗକୁ ବଢିବାର ଥିଲା । ୧୯୯୩ରେ ବ୍ୟକ୍ତିଗତ ବ୍ୟବହାର ପାଇଁ ରମେଶ ଏକ ମାରୁତି ଓମନି କାର କିଣିଲେ । ତା ବି ଲୋନରେ । ୨ରୁ ୩ ମାସ ବିତିଗଲା ହେଲେ ଲୋନ ଫେରାଇବାକୁ ତାଙ୍କ ପାଖରେ ପଇସା ନଥିଲା । ଏହି ସମୟରେ ଜଣେ ଆଣ୍ଟିଙ୍କ ଆଡଭାଇସ୍ ତାଙ୍କ କିସମତ୍ ବଦଳାଇଦେଲା । ଆଣ୍ଟି ରମେଶଙ୍କୁ  କହିଥିଲେ ସେ ତାଙ୍କ କାରକୁ ରେଣ୍ଟରେ କାହିଁକି ଛାଡୁନାହାନ୍ତି । ଏହି ଆଇଡିଆଇ ପାଇ ଆରମ୍ଭ କରି ଦିଅନ୍ତି ଏକ କାର ରେଣ୍ଟାଲ ବିଜନେସ୍ । 

ରମେଶ ବାବୁ ୧୯୯୭ରେ ଏକ କମ୍ପାନୀ ଖୋଲନ୍ତି ଯାହାର ନାଁ ରଖନ୍ତି ରମେଶ ଟୁର୍ ଆଣ୍ଡ ଟ୍ରାନ୍ସପୋର୍ଟ କମ୍ପାନୀ । ୨୦୦୪ରୁ ନିଜ କମ୍ପାନୀରେ ଏକ ଲକ୍ଜରି କାର ସେଗମେଣ୍ଟ ବି ଆରମ୍ଭ କରନ୍ତି । ବ୍ୟବସାୟରେ ଅଧିକ ରୋଜଗାର ଦେଖି, ୨୦୧୧ ରମେଶ କିଣନ୍ତି ଏକ ରୋଲ୍ସ ରୋଏସ୍ । ଯାହାର ବଜାର ମୂଲ୍ୟ ପାଖାପାଖି ସାଢେ ତିନି କୋଟି । ରମେଶ ଏହି କାରକୁ ଏବେ ଦିନକ ପାଇଁ ୫୦ ହଜାର ଟଙ୍କାରେ ଭଡାରେ ଦେଉଛନ୍ତି । କେବଳ ସେତିକି ନୁହେଁ ରମେଶଙ୍କ ଠାରେ ବର୍ତ୍ତମାନ ୩୭୮ରୁ ଅଧିକ କାର ଅଛି । ଯାହା ଭିତରେ ରହିଛି ୧୨୦ ଲକ୍ଜରୀ । 

ଜଣେ ଆଶ୍ଚର୍ଯ୍ୟ ହେବେ ଏତେ ବଡ ଲକଜୁରୀ କାରର ମାଲିକ ଏବେ ବି ସେଲୁନ୍ ଦୋକାନ କରି ଲୋକଙ୍କ ଚୁଟି କାଟୁଛନ୍ତି । ଯାହାକୁ ସେ ଛାଡିବାକୁ ଚାହୁଁ ନାହାନ୍ତି । ବରଂ ତାଙ୍କର ଦିନର ଆରମ୍ଭ ଓ ଶେଷ ଏହି ସେଲୁନ୍ ଦୋକାନରୁ ହି ହୁଏ । 

ରମେଶ ଟୁର୍ ଆଣ୍ଡ ଟ୍ରାନ୍ସପୋର୍ଟ କମ୍ପାନୀରେ ଜଣେ କି ମାର୍କେଟିଂ ଲୋକ ନାହାନ୍ତି । ଏଥିରୁ ଅନୁମାନ କରିପାରୁଥିବେ ରମେଶଙ୍କ ଏଜେନ୍ସିର କେତେ ଡିମାଣ୍ଡ । ଅନେକ ନାମି ଦାମି ସିଲିବ୍ରିଟି ବେଙ୍ଗାଳୁରୁ ଆସିଲେ ରମେଶଙ୍କ ଠାରୁ ହିଁ ଭଡାରେ ଗାଡି ନେଇଥାନ୍ତି । ୬ ଜଣ ଷ୍ଟାଫଙ୍କୁ ନେଇ ଆରମ୍ଭ କରିଥିବା ତାଙ୍କ କମ୍ପାନୀରେ ଏବେ ୨ ଶହ ଡ୍ରାଇଭର କାମ କରୁଛନ୍ତି । 

୪୨ ବର୍ଷିୟ ରମେଶଙ୍କ ଡ୍ରିମ୍ ରୋଲ୍ସ ରୋଏସରେ ସରିଯାଇ ନାହିଁ । ତାଙ୍କ ଆଉ ଏକ ସ୍ବପ୍ନର କାର ହେଉଛି ଷ୍ଟ୍ରେଚ୍ ଲିମୋଜିନ୍ । ଯାହାର ଦାମ ହେଉଛି ପାଖାପାଖି ୮ କୋଟି ଟଙ୍କା । ଜଣେ ସାଧାରଣ ସେଲୁନ୍ ଦୋକାନୀରୁ ଜଣେ କୋଟି କୋଟି ଟଙ୍କାର ଗାଡି ମାଲିକ ହେବା ପର୍ଯ୍ୟନ୍ତ ଯାତ୍ରା ରମେଶଙ୍କ ପାଇଁ ଏତେ ସହଜ ନଥିଲା । ପାଖାପାଖି ୨୧ ବର୍ଷ ପରେ ଆଜି ରମେଶ ଏହି ଜାଗାରେ । ଏଥିରେ କୌଣସି ଦ୍ବିମତ ନାହିଁ । ୟଙ୍ଗ ଜେନେରେସନଙ୍କ ପାଇଁ ରମେଶ ଏକ ବଡ ଇନସିପିରେସନ୍ । 

Leave A Reply

Your email address will not be published.