Latest Odisha News

BREAKING NEWS

ତାତିରେ ଜଳୁଛି ଓଡ଼ିଶା, ୪୦ ଡିଗ୍ରି ଉପରେ ୧୬ ସହର

ଭୁବନେଶ୍ବର : ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ରାଜ୍ୟ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ୨ ଡିଗ୍ରି ବୃଦ୍ଧି ପାଇବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆଜି ୪୦ ଡିଗ୍ରି ଉପରେ ରହିଛି ୧୬ ସହରର ତାପମାତ୍ରା ।

ପାଣିପାଗ ବିଭାଗର ସୂଚନାରେ ଅନୁସାରେ ଆଜି ବାରିପଦା ସବୁଠୁ ଉତ୍ତପ୍ତ ସହର ହୋଇଛି । ଏଠାରେ ପାରଦ ୪୪.୬ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ତାଳଚେରରେ ତାପମାତ୍ରା ୪୨.୭ ଡିଗ୍ରି ଥିବା ବେଳେ, ବୌଦ୍ଧରେ ୪୨.୫, ଝାରସୁଗୁଡାରେ ୪୨.୨, ବଲାଙ୍ଗିରରେ ୪୨.୨ ଓ ଟିଟିଲାଗଡରେ ତାପମାତ୍ରା ୪୨ ଡିଗ୍ରି ରେକର୍ଡ ହୋଇଛି । ଏହାସହ ଅନୁଗୁଳରେ ୪୧.୯ ଡିଗ୍ରି, ସୋନପୁରରେ ୪୧.୮, ନୟାଗଡରେ ୪୧.୭, ବାଲେଶ୍ବରରେ ୪୧.୪, ହୀରାକୁଦରେ ୪୧.୪, ସମ୍ବଲପୁରରେ ୪୧.୩, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୧, ସୁନ୍ଦରଗଡରେ ୪୧ ଡିଗ୍ରି ଓ କଟକରେ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ କରାଯାଇଛି ।

ଏପ୍ରିଲ୍ ୨ ତାରିଖ ଯାଏ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେଣୁ ଏହି ଜିଲ୍ଲାର ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.