Latest Odisha News

BREAKING NEWS

ବାଲେଶ୍ୱରରେ ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ବାଲେଶ୍ୱରର ଚାନ୍ଦିପୁରରେ ହାଇସ୍ପିଡ ଏକ୍ସପେଣ୍ଡେବଲ୍ ଏରିୟଲ୍ ଟାରଗେଟ୍ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ଉତକ୍ଷେପଣ ହୋଇଥିଲା ।

‘ଅଭ୍ୟାସ’ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାରକ୍ରାଫ୍ଟ । ଏଭଳି ସଫଳତା ପାଇଁ ଡିଆରଡିଓକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି ।

ଏହା ରାଡାର ଓ ଇଲେକ୍ଟ୍ରୋ ଅପଟିକ୍ ସିଷ୍ଟମ୍ ଦ୍ୱାରା ପରିଚାଳିତ ହୋଇଥାଏ । ଏହାସହ ଏହାକୁ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ଏବଂ ବିମାନ ଚିହ୍ନଟ କରିବାରେ ବ୍ୟବହାର କରାଯାଇପାରିବ। ଅଭ୍ୟାସ ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନରେ ଏବଂ ଏହା ଏମଇଏମଏସ ନାଭିଗେସନ୍ ସିଷ୍ଟମରେ କାମ କରେ। ଡିଆରଡିଓ ଅନୁଯାୟୀ, ଏହା ଏକ ଉତ୍କୃଷ୍ଟ ବିମାନ ଯାହା ଅଭିନବ ପ୍ରଯୁକ୍ତିର ଏକ ଉଦାହରଣ ଏବଂ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବ।

Leave A Reply

Your email address will not be published.