Latest Odisha News

BREAKING NEWS

କଙ୍ଗନାଙ୍କୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ; ଏହି କାରଣରୁ ଛାଡିଲେ ମଣିକର୍ଣ୍ଣିକା

ମୁମ୍ବାଇ: ମଣିକର୍ଣ୍ଣିକାର ନିର୍ଦ୍ଦେଶକ କ୍ରେଡିଟ୍ ଉପରେ ଏକ ବିବାଦ ଯୋଗୁଁ ମଣିକର୍ଣ୍ଣିକାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସୋନୁ ସୁଦ ଅଗଷ୍ଟ ୨୦୧୮ରେ ଚଳଚ୍ଚିତ୍ର ଛାଡିଥିଲେ। ସିମ୍ବା ସିନେମା ପାଇଁ ତାଙ୍କ ପ୍ରତିବଦ୍ଧତା ମଧ୍ୟ ଅନ୍ୟ ଏକ କାରଣ ଥିବା ସେ କହିଥିଲେ । ସୋନୁ କହିଥିଲେ ଯେ ସେ ଦୁଇଟି ଚଳଚ୍ଚିତ୍ରରେ ଆବଶ୍ୟକ ଲୁକ୍ ର ସଂଘର୍ଷ କାରଣରୁ ସେ ମଣିକର୍ଣ୍ଣିକାରୁ ବାହାରିଥିଲେ।

ବର୍ତ୍ତମାନ, କଙ୍ଗନା ରାନାୱତ ଫିଲ୍ମ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ମଣିକର୍ଣ୍ଣିକା ଛାଡିବା ବିଷୟରେ ପୁଣି ଥରେ ଖୋଲିଛନ୍ତି ଅଭିନେତା ସୋନୁ ସୁଦ । ଯେତେବେଳେ କ୍ରିସ୍ ନିର୍ଦ୍ଦେଶନା ଦେଉଥିଲେ ସୋନୁ ଏହି ଫିଲ୍ମର ଏକ ଅଂଶ ଥିଲେ।

କଙ୍ଗନା ବହୁ ବର୍ଷ ଧରି ମୋର ଜଣେ ବନ୍ଧୁ, ଏବଂ ମୁଁ ତାଙ୍କ ଭାବନାକୁ ଆଘାତ କରିବାକୁ ଚାହେଁ ନାହିଁ ବୋଲି କହିଛନ୍ତି ସୋନୁ । କିନ୍ତୁ ସେ କହିଛନ୍ତି ଯେତେବେଳେ ମଣିକର୍ଣ୍ଣିକାର ପ୍ରମୁଖ ଅଂଶ ପାଇଁ ସୁଟିଂ ଚାଲିଥିଲା, ସୋନୁ ନିର୍ଦେଶକଙ୍କୁ ଏକ ଦୃଶ୍ୟକୁ ପୁଣିଥରେ ସୁଟିଂ କରିବା ପାଇଁ କହିଥିଲେ । କିନ୍ତୁ ପ୍ରତିଉତ୍ତରରେ ନିର୍ଦେଶକ କହିଥିଲେ ଯେ, ସିଏ ଆଉ  ନିର୍ଦେଶନା ଦେବେ ନାହିଁ କାରଣ ତାଙ୍କୁ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି ।

ବରଖା ଦତ୍ତ ମୋଜୋ ଷ୍ଟୋରୀକୁ ଦେଇଥିବା ଏକ ସାକ୍ଷାତକାରରେ ସୋନୁ ଆହୁରି ମଧ୍ୟ କହିଛନ୍ତି ଯେ କଙ୍ଗନା ସୋନୁଙ୍କୁ କହିଥିଲେ, ଯେ ସେ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଚାହୁଁଛନ୍ତି ଏବଂ ତାହାକୁ ସମର୍ଥନ କରିବା ସହିତ ସୋନୁ,କ୍ରିସ୍ ଙ୍କୁ ସେଟ କୁ ଫେରେଇବାକୁ ଚାହିଁଥିଲେ କାରଣ କ୍ରିସ୍ ବହୁତ ପରିଶ୍ରମ କରିଥିଲେ । କିନ୍ତୁ କଙ୍ଗନା ମନା କରିଦେଇଥିଲେ । ତାପରେ ସୋନୁଙ୍କ ଭାଗର ୮୦℅ ଦୃଶ୍ୟକୁ  ଚଳଚ୍ଚିତ୍ରରୁ କାଟିଦିଆଯାଇଥିଲା ।

ବନ୍ଧୁ ହୋଇଥିବା କାରଣରୁ ସୋନୁ ବିନା କିଛି କହି ଫିଲ୍ମରୁ ବିଦାୟ ନେଲେ । ମଣିକର୍ଣ୍ଣିକା ପାଇଁ ବହୁତ ସାରା କାମ ଛାଡି, ଦେଇଥିବା ୪ମାସ ସମୟ ବ୍ୟର୍ଥ ଯାଇଥିବା ସୋନୁ କହିଛନ୍ତି ।

କିନ୍ତୁ ପରବର୍ତ୍ତୀ ସମୟରେ କଙ୍ଗନା ସୋନୁଙ୍କ ଉପରେ ଅଭିଯୋଗ କରିଥିଲେ ଯେ ସେ ଜଣେ ମହିଳା ନିର୍ଦେଶକଙ୍କ ପାଇଁ କାମ କରିବାକୁ ଚାହୁଁନାହାଁନ୍ତି ବୋଲି ଫିଲ୍ମ ଛାଡିଲେ ।

Leave A Reply

Your email address will not be published.