Latest Odisha News

BREAKING NEWS

ଇଂଲିଶ ଚ୍ୟାନେଲ ଅତିକ୍ରମ କରିବା ଲକ୍ଷ୍ୟରେ ସୁଚେତା, ଭୁବନେଶ୍ୱରରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ସୁଚେତା ଦେବ ବର୍ମନ ଜୁଲାଇରେ ଇଂଲିଶ ଚ୍ୟାନେଲ ଅତିକ୍ରମ କରିବା ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ କଠିନ ଅଭ୍ୟାସ ଜାରୀ ରଖିଛନ୍ତି । ୩୮ ବର୍ଷୀୟା ଏହି ଲଙ୍ଗ ଡିଷ୍ଟାନ୍ସ ଓପନ ୱାଟର ସନ୍ତରଣକାରୀ ବିଶ୍ୱର ୧୩ଟି କଷ୍ଟକର ସ୍ଥାନରେ ପହଁରିବା ପାଇଁ ଆଶା ବ୍ୟକ୍ତ କରିଛନ୍ତି । ଏହା ମାଧ୍ୟମରେ ବିଶ୍ୱ ପରିବେଶ ଓ ତାପମାତ୍ରା ପରିବର୍ତନ ନେଇ ସଚେତନତା ସୃଷ୍ଟି କରିବା ତାଙ୍କର ମୂଳ ଲକ୍ଷ୍ୟ । କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଅବସରରେ ସେ କହିଥିଲେ ୧୬ ଡିଗ୍ରୀରୁ କମ ଉତାପରେ ମୋତେ ଦୀର୍ଘ ସମୟ ପହଁରିବାକୁ ପଡିବ । ସେଥିନେଇ ମୁଁ ଅଭ୍ୟାସ କରୁଛି ।

ଓଡିଶାକୁ ଅଭ୍ୟାସ ପାଇଁ କାହିଁକି ବାଛିଲ ପ୍ରଶ୍ନର ଉତରରେ ସେ କହିଥିଲେ, ଏଠାକୁ ମୋ ପୂର୍ବରୁ ନୀରଜ ଚୋପ୍ରାଙ୍କ ପରି ଆଥଲେଟ ଅଭ୍ୟାସ ପାଇଁ ଆସିଛନ୍ତି । ଏଠାରେ ସବୁ କ୍ରୀଡାକୁ ସମାନ ଭାବେ ଦେଖାଯାଉଛି । ସ୍ପୋର୍ଟିଂ ଫାସିଲିଟି ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଉଚ୍ଚସ୍ତରରେ ବୋଲି ସୁଚେତା ପ୍ରଶଂସା କରି କହିଛନ୍ତି । ଲଙ୍ଗ ଡିଷ୍ଟାନ୍ସ ସୁଇମିଂ ବିଶେଷ ଭାବେ ଲୋକପ୍ରିୟ ନ ହେବା ପଛରେ ମୂଖ୍ୟ କାରଣ ହେଲା ଏଥିରେ ବିପଦ ରହିଛି । ଓଡିଶା ସରକାରଙ୍କ ସହ ଆଲୋଚନା କରି ଏଠାରେ ଓପନ ୱାଟର ସୁଇମିଂ ସେଂଟର ଖୋଲିବା ପାଇଁ ଯୋଜନା ରଖିଛି । ଏବେ ପ୍ରତ୍ୟେକ ଦିନ ସକାଳୁ ୪ଟାରୁ ଉଠି ଅତି କମରେ ୩ଘଂଟା ଅଭ୍ୟାସ କରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.