Latest Odisha News

BREAKING NEWS

କମଲଜିତଙ୍କ ଚୁକ୍ତି ମିଆଦ ବୃଦ୍ଧି କଲା ଓଡିଶା ଏଫସି

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ଓଡିଶା ଏଫସି ତାର ଷ୍ଟାର ଖେଳାଳି କମଲଜିତ ସିଂଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି । ୨୦୨୫ ପର୍ଯ୍ୟନ୍ତ ସେ ଦଳ ସହିତ ରହିବେ ବୋଲି କ୍ଲବ ପକ୍ଷରୁ ସ୍ପଷ୍ଟ କରାଯାଇଛି । କମଲଜିତ ମଧ୍ୟ ଏଥିନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଓଡିଶା ଏଫସି ସହିତ ମୋର ଏକପ୍ରକାର ସମ୍ପର୍କ ସ୍ଥାପନ ହୋଇପାରିଲାଣି । ଚୁକ୍ତି ସମୟ ବୃଦ୍ଧି କରାଯାଇଥିବାରୁ ମୁଁ ବ୍ୟକ୍ତିଗତ ଭାବେ ଖୁସି ବୋଲି ସେ କହିଛନ୍ତି । ଭାରତର ଏହି ଆନ୍ତର୍ଜାତୀୟ ଷ୍ଟାର ଖେଳାଳି ଗତ ସିଜନରେ ୧୨ଟି ମ୍ୟାଚ ଖେଳିଥିଲେ । ସେ ୫୩.୧୨ ପ୍ରତିଶତ ହାରରେ ୩୪ଟି ଗୋଲ ଦଳ ପାଇଁ ବଂଚାଇଥିଲେ ।

୨୦୧୪ରେ ସ୍ପୋର୍ଟିଂ କ୍ଲବ ଡି ଗୋଆ ପକ୍ଷରୁ ଖେଳିବା ପୂର୍ବରୁ ଆଇଫା ଏକାଡେମୀରେ କ୍ୟାରିୟର ଆରମ୍ଭ କରିଥିଲେ । ୱେଇଫାଙ୍ଗ କପରେ ସେ ଭାରତର ୧୯ ବର୍ଷରୁ କମ ଦଳରେ ଏବଂ ୨୦୧୪ ଏସିଆନ ଗେମ୍ସରେ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । କ୍ଲବ ସଭାପତି ରାଜ ଅଠାୱଲେ ମଧ୍ୟ କମଲଜିତଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.