Latest Odisha News

BREAKING NEWS

ସେନା ବାହିନୀ ଦ୍ବାରା ବନ୍ଧା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶ ସୁଦାନର ପ୍ରଧାନମନ୍ତ୍ରୀଙ୍କୁ ସେନା ବାହିନୀ ଦ୍ବାରା ଗିରଫ କରାଯାଇଛି। ସୋମବାର ସେନାର ଶତାଧିକ ଅଧିକାରୀ ଓ ଯବାନ ସୁଦାନର ପ୍ରଧାନମନ୍ତ୍ରୀ ଅବଦାଲ୍ଲା ହାମଡୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସୋମବାର ସକାଳେ ସାମରିକ ବାହିନୀ ତାଙ୍କ ଘରକୁ ଘେରିଯିବା ପରେ ସୁଦାନର ପ୍ରଧାନମନ୍ତ୍ରୀ ଅବଦାଲ୍ଲା ହାମଡୋକଙ୍କୁ ଗିରଫ କରାଯାଇଥିଲା।

ପରିବାର ସୂତ୍ରରୁ ପ୍ରକାଶ ଯେ ସୋମବାର ଦିନ ଏକ ସାମରିକ ବାହିନୀ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କ ଘରେ ପଶି ତାଙ୍କୁ ଗିରଫ କରିଥିଲା। ଲୋକଙ୍କ ଦ୍ୱାରା ନିଯୁକ୍ତ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏଭଳି କରାଯାଉଥିବା ସୂଚନା ମିଳିଛି।

Leave A Reply

Your email address will not be published.