Latest Odisha News

BREAKING NEWS

୨୫୪ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ପୁଣି ଜବତ ହେଲା ବ୍ରାଉନସୁଗାର। ରାଜଧାନୀରେ ୨୫୪ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯବକ ଜଣକ ହେଲେ ଉତ୍ତର ପ୍ରଦେଶର ଆନନ୍ଦ କୁମାର। ସେ ବର୍ତ୍ତମାନ ଭୁବନେଶ୍ୱର କାର୍ଗିଲ ବସ୍ତିରେ ରହୁଛନ୍ତି।

ସୂଚନା ଅନୁଯାୟୀ, ଏସଆଇ ଏ.କେ ବାର୍ଗେଙ୍କ ନେତୃତ୍ୱରେ ଏକ ଟିମ୍ ସୁନ୍ଦରପଦା ହାଇଟେକ୍ ଛକ ନିକଟରେ ଏୟାରଫିଲ୍ଡ ପୋଲିସ ଷ୍ଟେସନ ଆଇଆଇସି ପି.କେ ମହାଲାଙ୍କ ନିର୍ଦ୍ଦେଶରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ଆନନ୍ଦକୁ ଗିରଫ କରାଯାଇଥିଲା। ୨୫୪ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଏହାସହ ୭,୬୧୦ ନଗଦ ଟଙ୍କା ଓ ଏକ ଭିଭୋ ମୋବାଇଲ ଜବତ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.