Latest Odisha News

‘ପିତୃତ୍ୱ ଦିବସ’ ଅବସରରେ ଶିଳ୍ପୀ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

ପୁରୀ: ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘ଫାଦର୍ସ ଡେ’ ତଥା ପିତୃତ୍ୱ ଦିବସ ଅବସରରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।

ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ତାଙ୍କର ବାଲୁକା କଳା ମାଧ୍ୟମରେ ଆଜି ଜନସାଧାରଣଙ୍କୁ ‘ଫାଦର୍ସ ଡେ’ର ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଏଥିସହିତ ତାଙ୍କ ବାଲୁକା କଳାକୁ ସମସ୍ତ ପିତା ମାନଙ୍କୁ ସମର୍ପଣ କରିଛନ୍ତି ।

ଏନେଇ ଟ୍ୱିଟ୍ କରିଛନ୍ତି ସେ ।

ଅଧିକ ପଢନ୍ତୁ: ବିଶ୍ୱ ପିତୃତ୍ୱ ଦିବସ: ଜାଣନ୍ତୁ, କେବେଠୁ ହେଉଛି ପାଳିତ

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ଜୁନମାସର ତୃତୀୟ ରବିବାରରେ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃତ୍ୱ ଦିବସ’ ଭାବେ ପାଳନ କରାଯାଏ।‘ଫାଦର୍ସ ଡ଼େ’ ସର୍ବପ୍ରଥମେ ୧୯୧୦ ମସିହା, ଜୁନ ୧୯ ତାରିଖରେ ୱାଶିଂଟନରେ ପାଳନ କରାଯାଇଥିଲା। ଏହା ପରେପରେ ଆମେରିକା ରାଷ୍ଟ୍ରପତି ଲିଣ୍ଡନ ଜନସନ୍ ଜୁନମାସ ତୃତୀୟ ରବିବାରକୁ ‘ଫାଦର୍ସ ଡେ’ ଭାବେ ପାଳନ ଲାଗି ଅନୁମତି ଦେଇଥିଲେ । ମାତ୍ର ୧୯୭୨ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା।

 

Comments are closed.