ପୁରୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘ଯୋଗ ଦିବସ’ ଅବସରରେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।
#InternationalDayOfYoga to remind our long tradition and healthy practice. To promote health and wellbeing.
My heartfelt thanks to our Hon’ble PM, Shri @narendramodi ji in popularising Yoga among the masses around the world. My SandArt at Puri beach in Odisha. #YogaForWellness pic.twitter.com/3PgZvLJrCW— Sudarsan Pattnaik (@sudarsansand) June 21, 2021
ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ତାଙ୍କର ବାଲୁକା କଳା ମାଧ୍ୟମରେ ଆଜି ଜନସାଧାରଣଙ୍କୁ ‘ଯୋଗ ଦିବସ’ର ଶୁଭେଚ୍ଛା ପ୍ରଦାନ କରିଛନ୍ତି।
ଅଧିକ ପଢନ୍ତୁ- ଯୋଗ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: କରୋନା କାଳରେ ଆଶାର କିରଣ ଆଣିଛି ଯୋଗ
ଉଲ୍ଲେଖଯୋଗ୍ୟ, ବୈଦିକ ଯୁଗରେ ଯୋଗର ଉତ୍ପତି ହୋଇଥିବା ବେଳେ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘରେ ସୁସ୍ଥତା ଓ ଜନକଲ୍ୟାଣ ନିମନ୍ତେ ଯୋଗର ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିବା ପରେ ସାରା ବିଶ୍ୱରେ ଏହା ପରିବ୍ୟାପ୍ତ ହୋଇଥିଲା। ଏହା ଛଡ଼ା ଜୁନ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଉଛି।
ଅଧିକ ପଢନ୍ତୁ- ଯୋଗମୁଦ୍ରାରେ ଜାଗ୍ରତ ପ୍ରହରୀ: ୧୮ହଜାର ଫୁଟ୍ ଉପରେ ଯୋଗ କଲେ ଯବାନ
Comments are closed.