Latest Odisha News

BREAKING NEWS

ବେଳାଭୂମିରେ ପଖାଳ କଂସା, ବାଲୁକା କଳାରେ ଅବିଭୂତ ଦର୍ଶକ

ପୁରୀ : ଆଜି ହେଉଛି ପଖାଳ ଦିବସ  । ପ୍ରତି ଓଡ଼ିଆଙ୍କ ପ୍ରିୟ ପଖାଳ  । ଏହି ଦିବସ ଅବସରରେ ପୁରୀ ନିଳାଦ୍ରୀ ବିଚ୍ ରେ ସେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ବିଶ୍ଵ ପଖାଳ ଦିବସର ଶୁଭେଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପ୍ରତେକ ଓଡିଆ ଏହାକୁ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି । ବାଲିରେ ଅତି ଚମତ୍କାର କଳାକୃତି କରିଛନ୍ତି ସୁଦର୍ଶନ ପଟ୍ଟନାୟକ।

ବାଲିରେ ପଖାଳ, ଦହି ପଖାଳ, ବଡି ଚୁରା, ବାଇଗଣ ପୋଡ଼ା, ଆଳୁ ଭର୍ତା, ଶାଗ କଳାକୃତି ଅତି ନିଖୁଣ ଭାବରେ କରିଛନ୍ତି । ଯାହାକୁ ଦେଖି ସମସ୍ତେ ଅବିଭୂତ ହେଉଛନ୍ତି । ପ୍ରତିବର୍ଷ ବିଶ୍ଵ ପଖାଳ ଦିବସ ଅବସରରେ ସୁଦର୍ଶନ ପଟ୍ଟନାୟକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଛା ଜଣାଇଥାନ୍ତି। ଚଳିତ ବର୍ଷ ମଧ୍ୟ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି  ।

ତେବେ ବିଶ୍ଵ ପଖାଳ ଦିବସ କେବେ ଓ କିଏ ଆରମ୍ଭ କରିଥିଲା ତାହାର ସଠିକ୍ ତଥ୍ୟ ନାହିଁ। ହେଲେ ଗତ କିଛି ବର୍ଷ ହେବ ସୋସିଆଲ ମିଡ଼ିଆରେ ମାର୍ଚ୍ଚ ୨୦ ତାରିଖକୁ  ବିଶ୍ଵ ପଖାଳ ଦିବସ ନେଇ ଟ୍ରେଣ୍ଡ କରିବା ପରେ ଏହା ଧୀରେ ଧୀରେ ଆଦୃତ ହେବାରେ ଲାଗିଛି ।

ପଖାଳକୁ ସାରା ବିଶ୍ୱରେ ପରିଚିତ କରାଇବା ପାଇଁ କିଛି ଅନୁଷ୍ଠାନ ଗତ କିଛି ବର୍ଷ ହେବ ବିଶ୍ୱ ପଖାଳ ଦିବସ ଆୟୋଜନ କରି ଏହାକୁ ପାଳନ କରୁଛନ୍ତି । ଏବେ ଏହାକୁ ଅନୁସରଣ କରି ବିଭିନ୍ନ ହୋଟେଲ୍ ଗୁଡିକ ରେ ପଖାଳ ଦିବସ ଅବସରରେ ଭଳିକି ଭଳି ସ୍ଵାଦିଷ୍ଟ ବ୍ୟଞ୍ଜନ କରି ପଖାଳ ଲୋକଙ୍କୁ ପରସୁଛନ୍ତି।ଏନେଇ ବିଶ୍ଵ ପଖାଳ ଦିବସ ଦିନ କୁ ଦିନ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି।

Leave A Reply

Your email address will not be published.