Latest Odisha News

BREAKING NEWS

ଗାଁରେ ବୁଲୁଛି ମହାବଳ; ଘର ପଛପଟୁ ବୃଦ୍ଧାଙ୍କୁ ଟାଣିନେଲା

ନୂଆପଡା : ସୁନାବେଡ଼ା ଅଭୟାରଣ୍ୟ ଜଳମଡ଼େଇ ଗାଁରେ ମହାବଳ ଆତଙ୍କ  । ମହାବଳ ବାଘ ଆତଙ୍କରେ ଲୋକେ ଘରୁ ବାହାରୁ ନାହାନ୍ତି । ଗାଁର ଜଣେ  ମହିଳାଙ୍କୁ ମହାବାଳ ବାଘ ମାରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଗାଁରେ ମହାବଳର ପାଦ ଚିହ୍ନ ପଡିଥିବା ଦେଖି ଏପରି ଅଭିଯୋଗକୁ ସୁନାବେଡ଼ା ରେଞ୍ଜର ମଧ୍ୟ ସ୍ୱୀକାର କରିଛନ୍ତି । ଏ ନେଇ ପୁରା ଗାଁ ଭୟଭୀତ ହୋଇପଡିଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନୂଆପଡା ଜିଲ୍ଲାର ଜଳମଡେଇ ଗାଁର ୬୫ ବର୍ଷୀୟ ସାନମତି ବାରିକ ଘର ବାରିପଟକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ମହାବଳ ବାଘ ଟାଣି ନେଇଥିଲା । ତାଙ୍କର ଚିତ୍କାର ଶୁଣି ଗ୍ରାମବାସୀ ଧାଇଁ ଆସିଥିଲେ । ଶେଷରେ ବାଘ ଚାଲି ଯାଇଥିଲା ।  ଘରଠାରୁ କିଛି ଦୂରରେ ସନମତିଙ୍କ ମୃତଦେହକୁ ଗାଁ ଲୋକେ ଉଦ୍ଧାର କରିଥିଲେ ।
ଖବର ପାଇ ନୂଆପଡା ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ଗାଁରେ ପାଦ ଚିହ୍ନ ଏବଂ ସନମତିଙ୍କ ମୃତଦେହକୁ ଦେଖିବା ପରେ ବାଘ ମାରିଥିବା କଥାକୁ ସ୍ୱୀକାର କରିଛନ୍ତି ରେଞ୍ଜର ଶିବ ପ୍ରସାଦ ଖମାର । ଗ୍ରାମବାସୀଙ୍କୁ ସତର୍କ ରହିବା ପାଇଁ କହିଛନ୍ତି ।
ଏ 
BjdElectrycity
Leave A Reply

Your email address will not be published.