Latest Odisha News

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ଏନେଇ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ସୁଦର୍ଶନ ପଟ୍ଟନାୟକ ମଙ୍ଗଳବାର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଏକ୍ସରେ ସେ ସୂଚନା ଦେଇ ଲେଖିଛନ୍ତି, ଜୟ ଜଗନ୍ନାଥ ! ବୋଧହୁଏ କୋଭିଡ୍‌ ପରବର୍ତ୍ତୀ ଶ୍ୱାସକ୍ରିୟା ଜନିତ ସମସ୍ୟା କାରଣରୁ ମୁଁ ଏକ ଘରୋଇ ହସ୍ପିଟାଲରେ ଆଡ୍‌ମିଟ୍‌ ହୋଇଛି। ଡାକ୍ତରମାନେ ମୋ ସ୍ବାସ୍ଥ୍ୟର ତଦାରଖ କରୁଛନ୍ତି। ତାଙ୍କର ଏହି ପୋଷ୍ଟ ପରେ ବିଭିନ୍ନ ମହଲରୁ ଆଶୁ ଆରୋଗ୍ୟ କାମନା କରାଯାଇଛି।

Comments are closed.