Latest Odisha News

BREAKING NEWS

ବାଲୁକାକଳାରେ ସହିଦ ଯବାନଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପୁଲୱାମାଠାରେ ଆତ୍ମଘାତୀ ଆକ୍ରମଣରେ ସହିଦ ସିଆରପିଏଫ୍ ଯବାନଙ୍କୁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଦେଶମାତୃକା ଲାଗି ନିଜ ପ୍ରାଣବଳୀ ଦେଇଥିବା ଯବାନଙ୍କ ପାଇଁ ସୁଦର୍ଶନ ନିର୍ମାଣ କରିଥିବା ବାଲୁକାକଳାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଲାଗିରହିଛି । ଏହି ଅବସରରେ ଉପସ୍ଥିତ ବ୍ୟକ୍ତିମାନେ ମଧ୍ୟ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏନେଇ ଆଜି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ବାଙ୍ଗାଲୋର ସ୍ଥିତ ବାଗ୍ଦେବୀ ଭିଲାସ୍ ସ୍କୁଲ ନିକଟରେ ଏହି ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ବାଲକା ଶିଳ୍ପୀ ସୁଦର୍ଶନ ଏକ ବାଲୁକାକଳା ନିର୍ମାଣ କରି ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସୂଚନାଯୋଗ୍ୟ ଜମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଶ୍ରୀନଗର-ଜମ୍ମୁ ରାଜପଥରେ ୭୦ଟି ବସରେ ପ୍ରାୟ ୨,୫୦୦ ସିଆରପିଏଫ ଯବାନ ଯାଉଥିବା ବେଳେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ଆଦିଲ୍ ଅହମ୍ମଦ ଏକ ବିସ୍ଫୋରକ ଭରା ଗାଡ଼ିରେ ଆସି ଗୋଟିଏ ବସକୁ ଧକ୍କା ଦେଇଥିଲା । ଫଳରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟି ପ୍ରାୟ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ।

Leave A Reply

Your email address will not be published.