ଭୁବନେଶ୍ବର: ବ୍ରିଟେନରେ ସମ୍ମାନ୍ନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁଣି ବିଦେଶରେ ନିଜର ଚମକ ଦେଖାଇଲେ । ତେବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତିନାମା ଅର୍ଜନ କରିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବ୍ରିଟେନରେ ପ୍ରଥମ ‘ଫ୍ରେଡ୍ ଡାରିଙ୍ଗଟନ୍ ସ୍ୟାଣ୍ଡ ମାଷ୍ଟର ଆଓ୍ବାର୍ଡ଼’ ପାଇଛନ୍ତି । ବ୍ରିଟେନ୍ ୱେମାଉଥ ସହରରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ତାଙ୍କର ଚମତ୍କାର କଳାକୃତି ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଏନେଇ ନିଜ ଏକ୍ସରେ ଏକ ପୋଷ୍ଟ ମଧ୍ୟ ଜାରି କରିଛନ୍ତି ସୁଦର୍ଶନ, ଯେଉଁଥିରେ ସେ ଲେଖିଛନ୍ତି, ୟୁକେର ୱେମାଉଥ୍ ଠାରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆହୋଜିତ ହୋଇଥିବା ବେଳେ, ସେଠିକା ମେୟର ଜନ୍ ଓରେଲଙ୍କ ଠାରୁ ପ୍ରଥମ ଭାରତୀୟ ବାଲୁକା କଳାକାର ଭାବରେ, ସ୍ୟାଣ୍ଡ ୱାର୍ଲ୍ଡ ୨୦୨୫ରେ ‘ଫ୍ରେଡ୍ ଡାରିଙ୍ଗଟନ୍’ ବ୍ରିଟିଶ୍ ବାଲୁକା ମାଷ୍ଟର ପୁରସ୍କାର ପାଇବା ଏକ ସୌଭାଗ୍ୟର କଥା ବୋଲି ଲେଖିଛନ୍ତି ।
ତେବେ ୟୁକେରେ ହୋଇଥିବୋ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ, ସ୍ୟାଣ୍ଡ ୱାର୍ଲ୍ଡ ୨୦୨୫ରେ ‘ଫ୍ରେଡ୍ ଡାରିଙ୍ଗଟନ୍’ ବ୍ରିଟିଶ୍ ସ୍ୟାଣ୍ଡ ମାଷ୍ଟର ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ କଳାକାର ଭାବରେ ସମ୍ମାନିତ ହୋଇଛନ୍ତି ସୁଦର୍ଶନ । ଯେଉଁଥିରେ ସେ ଏକ ୧୦ ଫୁଟ ଉଚ୍ଚ ଭଗବାନ ଗଣେଶଙ୍କ ବାଲୁକା ମୂର୍ତ୍ତି ନିର୍ମାଣ କରି, ବିଶ୍ୱ ଶାନ୍ତିର ସାର୍ବଜନୀନ ବାର୍ତ୍ତା ଦେଇଥିଲେ ।
ସେପଟେ ସୁଦର୍ଶନଙ୍କ ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଏକ୍ସ ହ୍ୟାଣ୍ଡଲରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ତଥା ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଥମ ବ୍ରିଟିଶ ସ୍ୟାଣ୍ଡ୍ ମାଷ୍ଟର ପୁରସ୍କାର ‘ଦି ଫ୍ରେଡ୍ ଡାରିଙ୍ଗଟନ୍’ରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ୱେମାଉଥରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ସେ ଭଗବାନ ଗଣେଶଙ୍କ ୧୦ ଫୁଟ ଉଚ୍ଚର ବିଶାଳ ପ୍ରତିମୂର୍ତ୍ତି ମାଧ୍ୟମରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ତାଙ୍କର ଯୋଗଦାନ ବିଶ୍ଵସ୍ତରରେ ଆମ ଦେଶ ତଥା ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ଆହୁରି ବଢାଇ ଦେଇଛି ।
Comments are closed.