ପୁରୀ: ଟିମ୍ ଇଣ୍ଡିଆର ଓମେନ୍ସ ଟିମ୍ ଓମେନ୍ସ କ୍ରିକେଟ ବିଶ୍ଵକପ-୨୦୨୫ ଚାମ୍ପିଅନ ହେବା ପରେ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଭାରତୀୟ ମହିଳା କ୍ରିକେଟ ଦଳକୁ ବିଶ୍ଵକପ ବିଜୟକୁ ନେଇ ଶୁଭେଚ୍ଛା ଦେଇଛନ୍ତି ଏକ ବାଲୁକା ଚିତ୍ରକଳା ମାଧ୍ୟମରେ । ‘Congrats! Bharat ki Nari Shakti’ର ବାର୍ତ୍ତା ରହିଛି ଏହି ବାଲୁକା ଚିତ୍ରକଳାରେ । ୬ ଫୁଟ୍ ଲମ୍ବର ଏହି ବାଲୁକା ଚିତ୍ରକଳାରେ ୫ ଟନ୍ ବାଲି ବ୍ୟବହୃତ ହୋଇଛି ।
ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଭାରତୀୟ ଓମେନ୍ସ କ୍ରିକେଟ ଟିମ୍ ଓମେନ୍ସ୍ କ୍ରିକେଟ ବିଶ୍ଵକପ ୨୦୨୫ରେ ଚମ୍ପିୟାନ ହୋଇ ଭାରତ ପାଇଁ ଇତିହାସ ରଚିଛନ୍ତି । ଏହା ଏକ ଆମ ପାଇଁ ଐତିହାସିକ ବିଜୟ । ଯାହା ସାରା ବିଶ୍ଵ ଦେଖୁଛି । ଭାରତର ନାରୀଶକ୍ତି କ୍ରୀଡା ମାଧ୍ୟମ ଭାରତର ନାରୀ ଶକ୍ତିକୁ ସାରା ବିଶ୍ଵରେ ଦେଖାଇଛନ୍ତି । ଏଣୁ ଆମେ ପୁରା ଭାରତୀୟ ଟିମ୍ କୁ ସାଲ୍ୟୁଟ କରୁଛୁ ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।
Comments are closed.