Latest Odisha News

BREAKING NEWS

ବାଲୁକା କଳାରେ ଲକଡାଉନ୍ ନେଇ ସଚେତନତା ବାର୍ତ୍ତା

ପୁରୀ: କରୋନା ଚେନ୍ ଭାଙ୍ଗିବା ପାଇଁ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଲକଡାଉନ୍ । ଯାତାୟାତ ଓ ଜନଗହଳି କମାଇ ସଂକ୍ରମଣ ରୋକିବା ଲକଡାଉନର ମୁଖ୍ୟ ଉଦ୍ଦେଶ୍ୟ । ଏହାକୁ ମାନିବା ପାଇଁ ବାଲୁକାକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ସୁନ୍ଦର ଓ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି । ଲକଡାଉନ୍ ସମୟରେ ସରକାରଙ୍କୁ ସହଯୋଗ ଓ ସମର୍ଥନ ଯୋଗାଇ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ସୁଦର୍ଶନ । ଏଥିସହ ଘରେ ପରିବାର ଓ ଆତ୍ମୀୟଙ୍କ ସହ ସୁରକ୍ଷିତ ରହିବାକୁ ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.