Latest Odisha News

ଭେଟେରାନ୍‌ ବଲିଉଡ୍‌ ଆକ୍ଟର କେ.ଡି ଚନ୍ଦ୍ରନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ପିତା ତଥା ବଲିଉଡ୍‌ର ଭେଟେରାନ୍‌ ଆକ୍ଟର କେ.ଡି ଚନ୍ଦ୍ରନଙ୍କ ଆଜି ସକାଳେ ଦେହାନ୍ତ ହୋଇଛି। ହୃଦଘାତରେ ପୀଡିତ ହେବା ପରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୬ ବୟସ ହୋଇଥିଲା।

ଅଭିନେତା କେ.ଡି ଚନ୍ଦ୍ରନ ଅନେକ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ହମ୍ ହୈ ରାହି ପ୍ୟାର୍ କେ, ଚାଇନା ଗେଟ୍, ଜୁନୁନ୍ ପୁକାର, କଲ୍, ମେନ୍ ମାଧୁରୀ ଦୀକ୍ଷିତ ବନ୍‌ନା ଚାହତି ହୁଁ, ଜବ୍ ପ୍ୟାର୍ କିସିସେ ହୋତା ହୈ, ତେରେ ମେରେ ସପ୍‌ନେ, ହର ଦିଲ୍ ଜୋ ପ୍ୟାର କଗରଗା, ସରାରତ୍‌ ଏବଂ କୋଇ … ମିଲ୍ ଗୟା ଭଳି ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ କେ.ଡି ଚନ୍ଦ୍ରନ୍‌ ବେଶ୍‌ ଜଣାଶୁଣା ଥିଲେ। ଏହାଛଡା ସେ ଅନେକ ଟିଭି ଶୋ’ରେ ମଧ୍ୟ ଅଭିନୟ କରିଥିଲେ।

Comments are closed.