ଭୁବନେଶ୍ୱର: ସୁଧୀର ପାତ୍ର ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ କ୍ରାଇମସିନ୍ ରିକ୍ରିଏସନ କରିଛି ପୋଲିସ।
୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ କାଳୁ ପ୍ରଧାନକୁ ଭାବିନାରାୟଣପୁର ସ୍ଥିତ ଏକ ଭଲିବଲ ପଡ଼ିଆକୁ ନେଇ କ୍ରାଇମସିନ୍ ରିକ୍ରିଏସନ କରୁଛି। ଯେଉଁଠାରେ ସୁଧୀର ଭଲିବଲ ଖେଳନ୍ତି। ଆଉ ଏହି ଠାରୁ ହିଁ ସୁଧୀରଙ୍କୁ ଅପହରଣ କରାଯାଇଥିଲା। ଏହାବ୍ୟତୀତ ଅପହରଣ ପରେ କେଉଁ ସ୍ଥାନକୁ ନେଇ ଆଉ କିଭଳି ସୁଧୀରଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ତାହାର ମଧ୍ୟ ଡୋମୋ ଦେଖାଇଛି ଅଭିଯୁକ୍ତ।
ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲ୍ଲା କରପଲ୍ଲୀ ଗାଁର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଏପ୍ରିଲ ୧୫ ତାରିଖରେ ଭଲିବଲ୍ ଖେଳି ଫେରୁଥିବା ବେଳେ ଅପହରଣ କରାଯାଇଥିଲା। ଘଟଣାଟି ରାତି ୮ଟା ବେଳେ ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଡିଫେନ୍ସ କଲୋନି ଅଞ୍ଚଳରେ ଘଟିଥିଲା। ପରେ ତାଙ୍କ ମୋଟରସାଇକେଲ ଘଟଣାସ୍ଥଳରୁ ମିଳିଥିଲା, ଯାହା ପରେ ତାଙ୍କ ପରିବାର ଥାନାରେ ଅଭିଯୋଗ ଦାଖଲ କରିଥିଲେ। ତେବେ ପୋଲିସ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା।
ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲେ ନିଜ ଘରର ଲୋକ, ସୁଧୀରଙ୍କ ଝିଆରି ନିବେଦିତା ପାତ୍ର, ତାଙ୍କ ପ୍ରେମିକ କାଳୁ ପ୍ରଧାନ ଏବଂ ପୁତୁରା ତୁଷାର ପାତ୍ର। ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ବିହାରର ସୁଟର୍ ଓ ପରିବାର ସଦସ୍ୟଙ୍କୁ ମିଶାଇ ମୋଟ ୯ ଜଣଙ୍କୁ ଗିରଫ କରିଛି।
Comments are closed.