Latest Odisha News

BREAKING NEWS

ଭୁଲ୍ ଇଞ୍ଜେକସନ୍ ନେଇଗଲା କି ପୁଅର ଜୀବନ ?

ଭଦ୍ରକ: ଭୁଲ୍ ଇଞ୍ଜେକସନରେ ନାବାଳକଙ୍କ ମୃତ୍ୟୁ ଅଭିଯୋଗ । ବାସଦେବପୁର ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକ ହସ୍ପିଟାଲରେ ଭଙ୍ଗାରୁଜା କରିଥିବା ସୂଚନା ରହିଛି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ଇଞ୍ଜେକସନ ନେବା ପରେ ବାସୁଦେବପୁର ପଦ୍ମପୁର ମେଳକସାହିର ଦେବକାନ୍ତ ବାରିକଙ୍କ ୧୫ ବର୍ଷର ପୁଅ ରକିଙ୍କ ମୃତ୍ୟୁ ହୋଇଛି।

ଖବରମୁତାବକ, ଭଦ୍ରଜ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ମେଳାକସାହିର ଦେବକାନ୍ତ ବାରିକଙ୍କ ୧୫ ବର୍ଷର ପୁଅ ରକି ବାଡ଼ିରେ ଖେଲୁଥିବା ସମୟରେ ଗୋଡ଼ ଆଣ୍ଠୁରେ ଏକ ବାଉଁଶ କଣ୍ଟା ପଶିଥିଲା । ଆଜି ବାସୁଦେବପୁର ଡାକ୍ତରଖାନାରେ ପହଞ୍ଚି ଡ୍ରେସିଂ ହୋଇ ଡାକ୍ତରଙ୍କ ଲିଖିତ ଅନୁଯାଇ ଇଞ୍ଜେକସନ୍ ନେଇଥିଲା । ହଠାତ୍ ତାର ମୃତ୍ୟୁ ହୋଇଥିଲା ।

ପୁଅ ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁନାହାନ୍ତି ପରିବାରଲୋକ ଏବଂ ସଂପର୍କୀୟ। ହଠାତ୍ ଏପରି ମୃତ୍ୟୁକୁ ନେଇ ପରିବାର ଲୋକେ ଡାକ୍ତରଙ୍କୁ ଦୋଷ ଦେବା ସହ ଡାକ୍ତରଖାନାରେ ଭଙ୍ଗାରୁଜା କରିଛନ୍ତି।

Comments are closed.