Latest Odisha News

ଧର୍ମଗଡରେ ବିଜେପିର ବାଜିମାତ୍, ଜିତିଲେ ସୁଧୀର ପଟ୍ଟଯୋଶୀ

ଧର୍ମଗଡ: ଧର୍ମଗଡରେ ଝଣ୍ଡା ପୋତିଲା ବିଜେପି । କଳାହାଣ୍ଡି ଧର୍ମଗଡ ବିଧାନସଭାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ସୁଧିର ରଞ୍ଜନ ପଟ୍ଟଯୋଶୀ । ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ୧୮, ୬୮୫ ଭୋଟରେ ପରାସ୍ତ କରିଛନ୍ତି ବିଜେପିର ସୁଧିର ରଞ୍ଜନ ପଟ୍ଟଯୋଶୀ ।

ଏବେ ଓଡିଶାରେ ଚାଲିଛି ବିଜେପି ଲହର । ଭୋଟ ଗଣତି ପ୍ରକ୍ରିୟାରେ ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି ହେବାକୁ ଯାଉଛି। ବିଜେପି ବିଜୟ ପଥରେ ଆଗକୁ ବଢୁଥିବା ବେଳେ ପଛରେ ବହୁ ପଛରେ ପଡିଯାଇଛି  ଶାସକ ବିଜେଡି। ଏମିତିକି ଏଥର ରୋଚକ ନିର୍ବାଚନରେ ବିଜେଡିର ବହୁ ଟାଣୁଆ ନେତା ପଛରେ ପଡିଥିବା ବେଳେ ଆଗରେ ରହିଛନ୍ତି ବିଜେପି ନେତା।  ସବୁଠି ଟ୍ରେଣ୍ଡ କରୁଛି ବିଜେପି ।

Leave A Reply

Your email address will not be published.