ପାଟନା: ଜନ ସୁରଜ ପାର୍ଟ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଗତ ଦୁଇ ଜାନୁଆରୀରୁ ସେ ଆମରଣ ଅନଶନରେ ବସିଛନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ଆଜି ତାଙ୍କୁ ପାଟନାରେ ଥିବା ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ବନିଥିବା ପିକେ ଡିହାଇଡ୍ରେସନ ଓ ଗୋଟିଏ ସଂକ୍ରମଣରେ ପୀଡ଼ିତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କୁହାଯାଉଛି ଯେ ପ୍ରଶାନ୍ତ କିଶୋର ଗ୍ୟାସଟ୍ରିକ ସମସ୍ୟା ଏବଂ ଡିହାଇଡ୍ରେସନର ଶିକାର ହୋଇଛନ୍ତି। ସେ ସକାଳୁ ଅସୁସ୍ଥ ଅନୁଭବ କରୁଥିଲେ। ନିୟମିତ ଚେକଅପ୍ କରୁଥିବା ଡାକ୍ତରମାନେ କହିଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କ ପେଟରେ ପଥର ଅଛି ଯେଉଁଥିପାଇଁ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାନ୍ତ କିଶୋର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ସେଗୁଡ଼ିକର ଭଲ ଭାବେ ଯାଞ୍ଚ ହେବା ଦରକାର। ସେ ବର୍ତ୍ତମାନ ସଂକ୍ରମଣ ଓ ଡିହାଇଡ୍ରେସନରେ ପଡ଼ିଛନ୍ତି। ସେ ପୂରା ଦୁର୍ବଳ ହୋଇଯାଇଛନ୍ତି। ତାଙ୍କ ଦେହ ଆଦୌ ଭଲ ନାହିଁ। ତାଙ୍କୁ ଆଇସିୟୁରେ ରଖାଯାଇଛି।”
ପ୍ରଶାନ୍ତ କିଶୋର ଜାନୁଆରୀ ୨ ତାରିଖରୁ ପାଟଣାର ଗାନ୍ଧୀ ମଇଦାନରେ ଆମରଣ ଅନଶନରେ ବସିଥିଲେ। ତେବେ ଗତ ସୋମବାର ଦିନ ପ୍ରାୟ ୪ଟା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହା ପରେ ମଧ୍ୟ ସେ ନିଜର ଉପବାସ ଜାରି ରଖିଥିଲେ। ସେ ଖାଦ୍ୟ ଗ୍ରହଣ କରୁନଥିଲେ। କୌଣସି ପରିସ୍ଥିତିରେ ସେ ଆମରଣ ଅନଶନ ଭାଙ୍ଗିବେ ନାହିଁ ବୋଲି ପ୍ରଶାନ୍ତ କିଶୋର ଗତ ସୋମବାର କହିଥିଲେ।ଏପରିକି ସେ ଗାନ୍ଧୀ ମଇଦାନରେ ବସିଥିବା ବେଳେ ଡାକ୍ତରୀ ଦଳ ଯାଇ ତାଙ୍କୁ ପରୀକ୍ଷା କରୁଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି।
ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍ସି)ରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଛି। ଯାହାକୁ ନେଇ ପିକେ ଆମରଣ ଅନଶନ କରିଛନ୍ତି। ଏହା ବିରୋଧରେ ହଜାର ହଜାର ଶିକ୍ଷାର୍ଥୀ ବିକ୍ଷୋଭ କରୁଛନ୍ତି। ସେମାନଙ୍କ ସମର୍ଥନରେ ପିକେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସେ ଆମରଣ ଅନଶନ କରୁଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି।