ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଏବେ ଖୁବ୍ ଚର୍ଚ୍ଚାରେ । କେତେବେଳେ ତାଙ୍କର କିଛି ଫଟୋକୁ ନେଇ ତ ଆଉ କେତେବେଳେ ବ୍ୟବହାରକୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ଏବେ ସେ ଏମିତି କିଛି କରିଛନ୍ତି, ଯାହା ଲୋକଙ୍କ ହୃଦୟକୁ ଜିତିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି ।
ନିକଟରେ ସୁହାନା ନିଜ ମାଆ ଗୋରୀ ଖାନ୍ ଓ ବନ୍ଧୁଙ୍କ ସହ ବାନ୍ଦ୍ରାସ୍ଥିତ ଏକ ରେଷ୍ଟୁରାଣ୍ଟକୁ ଡ଼ିନର କରିବାକୁ ଯାଇଥିଲେ । ରେଷ୍ଟୁରାଣ୍ଟକୁ ବାହାରିବା ସମୟରେ ବାହାରେ ଟିସୁ ବିକ୍ରି କରୁଥିବା ଜଣେ ଗରିବ ମହିଳା ସୁହାନାଙ୍କ ପାଖକୁ ଆସି ସାହାଯ୍ୟ ମାଗିଥିଲେ । ମୋର ଛୋଟ ପିଲା କିଛି ଖାଇନି,ଭୋକିଲା ଅଛି ବୋଲି କହିଥିଲେ । ଏହା ଶୁଣିବା ପରେ ସୁହାନା ସଙ୍ଗେ ସଙ୍ଗେ ସାହାଯ୍ୟ କରିବାକୁ ଆଗ୍ରହ ଦେଖାଇଥିଲେ । ସେ ତାଙ୍କ ପର୍ସରୁ ଦୁଇଟି ୫ଶହ ଟଙ୍କିଆ ନୋଟ କାଢି ଉକ୍ତ ମହିଳାଙ୍କୁ ଦେଇଥିଲେ । ଟଙ୍କା ପାଇବା ପରେ ଖୁସିରେ ମହିଳା ଜଣକ ନାଚି ଉଠିଥିଲେ । ଏହି ଭିଡିଓ ଦେଖିବା ପରେ ଅନେକ ଲୋକେ ସୁହାନାଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି ।
ଖୁବଶୀଘ୍ର ସେ ଡାଇରେକ୍ଟର ଜୋୟା ଅଖତରଙ୍କ ଫିଲ୍ମ ‘ଦ ଆର୍ଚିଜ’ରେ ଆକ୍ଟିଂ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ।
Comments are closed.