କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ଆତ୍ମଘାତୀ ଆକ୍ରମଣରେ ସ୍କୁଲ ପିଲାମାନଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ତେବେ ଏ ନେଇ ଗୃହ ମନ୍ତ୍ରଣାଳୟ କହିଛି ଯେ ପଶ୍ଚିମ କାବୁଲର ଶିଆ-ପ୍ରାଧାନ୍ୟ ଅଞ୍ଚଳରେ ଥିବା ଏକ ଶିକ୍ଷା କେନ୍ଦ୍ର ବାହାରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।
ଗୃହ ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆରିୟାନ କହିଛନ୍ତି ଯେ ସୁରକ୍ଷାକର୍ମୀ ଆକ୍ରମଣକାରୀଙ୍କୁ ଅଟକାଇବା ବେଳେ ଆକ୍ରମଣକାରୀ ଶିକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।
ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୦୧୮ ରେ ଇସଲାମିକ୍ ଷ୍ଟେଟ୍ ସହିତ ଜଡିତ ଏକ ସଂଗଠନ ଏକ ଶିକ୍ଷାନୁଷ୍ଠାନ ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିଲା ଯେଉଁଥିରେ ୩୪ ଜଣ ଛାତ୍ର ପ୍ରାଣ ହରାଇଥିଲେ। ଏଥି ସହିତ ଫେବୃଆରୀରେ ଆମେରିକା ତାଲିବାନ ସହ ଶାନ୍ତି ଚୁକ୍ତି କରିଛି ଯାହା ଫଳରେ ଦେଶରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପାଇଁ ବାଟ ଖୋଲିଛି।
ଏହାପୂର୍ବରୁ ଶନିବାର ଦିନ ପୂର୍ବ ଆଫଗାନିସ୍ତାନରେ ରାସ୍ତା କଡ଼ରେ ଘଟିଥିବା ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା।
Comments are closed.