ଇସଲାମାବାଦ: ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ରାଜଧାନୀ ଇସଲାମବାଦ ଛାତି ଉପରେ ହୋଇଛି ଆତ୍ମଘାତୀ ବିସ୍ଫୋରଣ । ଏଥିରେ ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଜଣ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି । ଏମିତି ଘଟଣା ଘଟିଛି ଶୁକ୍ରବାର । ବିସ୍ଫୋରଣ ଘଟିଛି ପୋଲିସ ହେଡକ୍ୱାର୍ଟର ନିକଟରେ ।
ଇସଲାମାବାଦର ଆଇ-୧୦/୪ ସେକ୍ଟରରେ ଏହି ଆତ୍ମଘାତୀ ଦୁର୍ଘଟଣା ଘଟିଛି । କାର୍ ଦ୍ୱାରା ଆତଙ୍କବାଦୀ ଜଣକ ହମଲା କରିଥିଲେ । ବିସ୍ଫୋରଣରେ ବ୍ୟବହୃତ କାର୍ ରାସ୍ତା ଉପରେ ଜଳୁ ଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ସାମ୍ନାକୁ ଆସିଛି। ଘଟଣା ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ତଦନ୍ତ ଆରମ୍ଭ କରିଛନ୍ତି। ଏହ ବିସ୍ଫୋରଣ ପରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି।
ମିଳିଥିବା ତଥ୍ୟରୁ ଜଣାଯାଇଛି, ସକାଳ ୧୦.୧୫ରେ କାର୍କୁ ଆଇ-୧୦/୪ ପାଖରେ ଯାଞ୍ଚ ପାଇଁ ଅଟକା ଯାଇଥିଲା। କାରରେ ଜଣେ ମହିଳା ଓ ଜଣେ ଥିଲେ । ସେମାନ ଗାଡ଼ିରୁ ବାହାରିବା ପରେ ପୁଲିସ୍ କର୍ମୀମାନେ କାର୍ ଭିତରେ ଯାଞ୍ଚ ଆରମ୍ଭ କରିଥିଲେ। ଏହି ସମୟରେ ବ୍ୟକ୍ତି ଜଣକ ପୁଣି ଗାଡ଼ି ଭିତରକୁ ଯାଇଥିଲା ଓ ଯାଞ୍ଚ ଚାଲିଥିବା ବେଳେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ଫଳରେ ଇଗଲ ସ୍କ୍ୱାଡର ଜଣେ ପୁଲିସ୍ କର୍ମଚାରୀ ପ୍ରାଣ ହରାଇଥିଲେ ।
Suicide bombing in Pakistani capital of Islamabad!
A suicide bomber traveling in a vehicle blew himself up when the police stopped the vehicle to search it at i-10\4 street 31 in Islamabad. Police was working on an intel tip. 1 cop killed, several injured. #Pakistan pic.twitter.com/0Rp2fhgv1K
— FJ (@Natsecjeff) December 23, 2022
Breaking News: Blast in a suspected cab in #Islamabad’s I-10/4 Sector, leaves 4 policemen hurt. Police was chasing the suspected cab and the blast occurred when was stopped for checking. 3 suspects were reportedly inside the cab. #IslamabadBlast pic.twitter.com/40reDxCVoT
— Islamabad Updates (@IslamabadViews) December 23, 2022
Comments are closed.