Latest Odisha News

BREAKING NEWS

ଝାରସୁଗୁଡ଼ାରେ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା; ଆଉ ୨ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଲହଣ୍ଡାବୁଡା ଠାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଦୁଇ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି।

ମୃତକଙ୍କ ମଧ୍ୟରେ ରହିଛନ୍ତି ବଡ ପୁଅ ଶ୍ରୀକାନ୍ତ ବିଶ୍ବାଳ (୩୩)ଙ୍କର ବୁଧବାର ସକାଳେ ମୃତ୍ୟୁ ଘଟିଥିବା ବେଳେ ଭଉଣୀ ପିଙ୍କି (୩୧)ଙ୍କର ରାତିରେ ମୃତ୍ୟୁ ବରଣ କରିଥିଲେ। ଏହାଛଡା ଗୁରୁବାର ଦିନ ତାଙ୍କ ମାତା ପୁଷ୍ପାବତୀ (୫୮) ଆଖି ବୁଜିଛନ୍ତି।

ଆହୁରି ମଧ୍ୟ ଅନ୍ୟ ଦୁଇ ଭଉଣୀଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଭିମସାର ଡାକ୍ତରମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପରିବାରର ସାନ ପୁଅଙ୍କର ନିକଟ ଅତୀତରେ ମୃତ୍ୟୁ ହୋଇଥିଲା ବେଳେ ଗତ ମଙ୍ଗଳବାର ଦିନ ଶ୍ରୀକାନ୍ତ ତାଙ୍କ ମା ଏବଂ ତିନି ଭଉଣୀଙ୍କ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Comments are closed.