Latest Odisha News

BREAKING NEWS

ଠକ ସୁକେଶଙ୍କ ଟାର୍ଗେଟରେ ଥିଲେ ସାରା, ଜାହ୍ନବୀ, ଭୂମି !

ମୁମ୍ବାଇ: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପରେ ୨୦୦ କୋଟି ଟଙ୍କାର ଠକେଇ କରିଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ନଜର ପଡିଥିଲା ସାରା ଅଲୀ ଖାଁ, ଜାହ୍ନବୀ କାପୁର ଓ ଭୂମି ପେଡେନକର । ଇଡି ତଦନ୍ତରୁ ଏହି ଚାଂଚଲ୍ୟକର ତଥ୍ୟ ସମ୍ମୁଖକୁ ଆସିଛି । ମେ ୨୧ରେ ସାରାଙ୍କୁ ହ୍ୱାଟସଆପରେ ମେସେଜ ପଠାଇଥିଲା । ସୁରଜ ରେଡ୍ଡୀ ଭାବେ ନିଜକୁ ପରିଚୟ ଦେଇ ସେ ସାରାଙ୍କୁ କାର ଉପହାର ଦେବାକୁ ଚାହୁଁଥିଲେ । ମାତ୍ର ଏଥିରେସେ ସଫଳ ହୋଇପାରି ନ ଥିଲେ । ଇଡି ଏବେ ସାରାଙ୍କୁ ଏହି ଉପହାର ସମ୍ପର୍କରେ ପଚରା ଉଚରା କରୁଛି ।

ସେହିପରି ଜାହ୍ନବୀଙ୍କୁ ସୁକେଶ ନିଜ ପତ୍ନୀ ଲୀନା ମାରିଆଙ୍କ ଜରିଆରେ ଫସେଇବାକୁ ଚାହିଁଥିଲା । ଜାହ୍ନବୀଙ୍କୁ ସୁକେଶ ୧୮ ଲକ୍ଷ ଟଙ୍କା ଦେଇଥିଲେ । ଜାହ୍ନବୀ ମଧ୍ୟ ଇଡି ଆଗରେ ଏ ନେଇ ମୁହଁ ଖୋଲିଛନ୍ତି । ପିଙ୍କି ଇରାନୀଙ୍କ ମାଧ୍ୟମରେ ମୁକେଶ ଭୂମିକୁ କାର ଉପହାରର ଲୋଭ ଦେଖାଇଥିଲେ । ଭୂମି କୌଣସି ଉପହାର ସୁକେଶଙ୍କଠାରୁ ନେଇ ନାହାନ୍ତି ବୋଲି ଇଡି ଆଗରେ କହିଛନ୍ତି ।

Comments are closed, but trackbacks and pingbacks are open.