Latest Odisha News

BREAKING NEWS

ରାଜନୈତିକ ଶତ୍ରୁତାକୁ ନେଇ ବୋମା ମାଡ, ଜଣେ ମୃତ

ଭୁବନେଶ୍ୱର: ରାଜନୈତିକ ଶତ୍ରୁତାରୁ ଗଲା ଜୀବନ । ରାଜନୈତିକ ଶତ୍ରୁତାରୁ ବୋମା ମାଡ଼ । ଏହି ଘଟଣାରେ ଜଣେ ମୃତ । ଏଭଳି ଘଟଣା ଘଟିଛି ଖଣ୍ଡପଡ଼ା ବୋଦସା ଗାଁରେ ।

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋଦସା ଗାଁରେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ପ୍ରଶାନ୍ତ ତାରିଣୀଆ ବୋଲି ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି । ବୋମା ମାଡ଼ କରି ଯୁବକ ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Comments are closed, but trackbacks and pingbacks are open.