Latest Odisha News

BREAKING NEWS

ସୁକେଶ ଚନ୍ଦ୍ରଶେଖର ଠାରୁ ୮୧ ଜଣ ଜେଲ କର୍ମଚାରୀ ନେଇଛନ୍ତି ଲାଞ୍ଚ

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ଠାରୁ ଦିଲ୍ଲୀର ରୋହିଣୀ ଜେଲର ୮୧ ଜଣ କର୍ମଚାରୀ ଲାଞ୍ଚ ଖାଇଛନ୍ତି । ମହା ଠକ ସୁକେଶ ଠାରୁ ଲାଞ୍ଚ ନେଇ ଜେଲ କର୍ମଚାରୀ ତାକୁ ବିଭିନ୍ନ କାମରେ ସାହାଯ୍ୟ କରିଛନ୍ତି । ତାକୁ ଫୋନ, ମୋବାଇନ, ଇଣ୍ଟରନେଟ ଏବଂ ଅନ୍ୟ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି ।

ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ସୁକେଶ ବିରୋଧରେ ଫାଇଲ କରିଥିବା ଚାର୍ଜ ସିଟରେ ଲାଞ୍ଚ କାରବାର କଥା ଉଲ୍ଲେଖ କରିଛି । ଏହି ଫାଇଲରେ ସମସ୍ତ ୮୧ ଜଣଙ୍କ ନାମ ଉଲ୍ଲେଖ ରହିଛି । ଏହି ସମସ୍ତ କର୍ମଚାରୀ ତାକୁ ଜେଲ ଭିତରେ ବସି ଠକ ବେପାର ବଢ଼ାଇବାର ସାହାଯ୍ୟ କରିଛନ୍ତି ବୋଲି ଦିଲ୍ଲୀ ପୋଲିସର ଇଓଡବ୍ଲୁ ଚାର୍ଜସିଟରେ ଉଲ୍ଲେଖ କରିଛି ।

ଏହା ପୂର୍ବରୁ ଜେଲ ହସ୍ପିଟାଲର ନର୍ସ ସୁକେଶକୁ ସାହାଯ୍ୟ କରିଥିବା ଧରାପଡ଼ିଥିଲା । ନର୍ସ ଜଣକ ତାକୁ ମୋବାଇଲ ଫୋନ୍ ଦେଇ ସୁକେଶର ସହଯୋଗୀଙ୍କ ସହ ଯୋଗାଯୋଗ କରାଇଥିଲେ ।

ଏବେ ସୁକେଶ ତିହାର ଜେଲରେ ଅଛି । ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ଟିମ୍ ତା ଉପରେ ନଜର ରଖୁଛି । ଗତ ମାସରେ ସୁକେଶ ଏବଂ ତା ପତ୍ନୀ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ଜେଲ କର୍ମଚାରୀ ତାକୁ ଟଙ୍କା ମାଗୁଛନ୍ତି । ତାର ସୁରକ୍ଷା ପାଇଁ ସେମାନେ ସୁକେଶକୁ ଟଙ୍କା ମାଗୁଥିବା ଆବେଦନରେ ଦର୍ଶାଇଥିଲା ସୁକେଶ ଚନ୍ଦ୍ରଶେଖର ।

ସୂଚନାଯୋଗ୍ୟ, ସୁକେଶ ବିଭିନ୍ନ ଲୋକଙ୍କ ଶତାଧିକ କୋଟି ଠକେଇ କରିଛି । ବିଭିନ୍ନ ଜଣାଶୁଣା ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ନାନା ଉପାୟରେ ଶତାଧିକ କୋଟି ଠକିଛି ସୁକେଶ । ଏହା ସହ ବଲିଉଡ ଅଭିନେତ୍ରୀଙ୍କୁ ମହଙ୍ଗା ଉପହାର ଦେଇ ଫସାଇବାକୁ ଚେଷ୍ଟା କରିଥିଲା । ସେ ଭିତରୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୋରା ଫତେହୀ ସୁକେଶ ଜାଲରେ ଫସିଛନ୍ତି ।

ଜ୍ୟାକଲିନ ଉପହାର ନେବା ସହ ସୁକେଶକୁ ଡେଟ୍ କରୁଥିବା ମଧ୍ୟ ଚର୍ଚ୍ଚା ହୋଇଛି । କିଛି ଅନ୍ତରଙ୍ଗ ସମୟର ଫଟୋ ମଧ୍ୟ ଭାଇରାଲ ହୋଇଛି । ଜ୍ୟାକଲିନଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଇଛି ସୁକେଶ । ଏକ ବିଳାସପୂର୍ଣ୍ଣ ହୋଟେଲରେ ଉଭୟ ମିରର ସେଲଫି ନେଉଥିବାର ଫଟୋ ଦେଖିବାକୁ ମିଳିଥିଲା । ଯେଉଁଥିରେ ଜ୍ୟାକଲିନ ସୁକେଶଙ୍କୁ ଚୁମ୍ବନ ଦେଉଛନ୍ତି । କିନ୍ତୁ ଜ୍ୟାକଲିନଙ୍କ ସୁକେଶଙ୍କ ସହ ସଂପର୍କକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ତାଙ୍କ ସହ କେବଳ ବ୍ୟବସାୟର ସଂପର୍କ ଥିଲା ଏବଂ ସୁକେଶ ବାଧ୍ୟ କରି ତାଙ୍କୁ ଉପହାର ଦେଇଛନ୍ତି ।

Comments are closed.