ନୂଆଦିଲ୍ଲୀ: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀ ସେବାର ଜାତୀୟ ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡି ହତ୍ୟାକାଣ୍ଡର ଚେର ହରିଆନା ଯାଏ ବ୍ୟାପିଛି । ହରିଆନା ଜିଲ୍ଲା ମହେନ୍ଦ୍ରଗଡର ଶୁଟର ନୀତିନ ଫୌଜୀ ମହେନ୍ଦ୍ରଗଡର ଦୌଂଗଡର ଜାଟର ନିବାସୀ ଅଟନ୍ତି । ସବୁଠାରୁ ବଡ କଥା ହେଉଛି, ନୀତିନ ଜଣେ ଆର୍ମିର ଯବାନ । ଏବେ ସେ ଅଲବରରେ ଦାୟିତ୍ୱରେ ଅଛନ୍ତି । ତେବେ ଏହି ମାମଲାରେ ପୋଲିସ କୌଣସି ସୂଚନା ଦେଉ ନାହିଁ ।
ରାଜସ୍ଥାନରେ ହୋଇଥିବା ଗୋଗାମେଡି ହତ୍ୟାକାଣ୍ଡରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଅନ୍ୟ ଜଣେ ଆରୋପିଙ୍କ ନାଁ ହେଉଛି ରୋହିତ ଠାକୁର । ଆର୍ମି ଯବାନ ଥିବା ନୀତିନ ଏବେ ୧୯ ଜାଟ ରେଜିମେଣ୍ଟରେ ଅଛି । ସେ ୨୦୧୯ରେ ଭାରତୀୟ ସେବା ବାହିନୀରେ ଭର୍ତ୍ତି ହୋଇଥିଲେ । ସେ ନଭେମ୍ବର ୮ ତାରିଖ ଦିନ ୨ ଦିନ ଛୁଟି ନେଇ ଯାଇଥିଲେ । ଏହାପରଠାରୁ ସେ ଡିଉଟିକୁ ଫେରି ନ ଥିଲେ ।
ନୀତିନଙ୍କ ବାପାଙ୍କ କହିବାନୁଯାୟୀ, ନୀତିନ ନଭେମ୍ବର ୯ ତାରିଖ ଦିନ ପ୍ରାୟ ୧୧ଟା ସମୟରେ ଗାଡି ଠିକ କରିବା ପାଇଁ ଘରୁ ବାହାରି ଯାଇଥିଲେ । ତାପରଠାରୁ ତାଙ୍କ ସହ ଆଉ କୌଣସି ଯୋଗାଯୋଗ ନ ଥିବା କହିଛନ୍ତି ବାପା ।
୨୨ ବର୍ଷୀୟ ନୀତିନଙ୍କର ୨ ଭାଇ ଓ ଜଣେ ଭଉଣୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଭାଇ ବିକାଶ ମଧ୍ୟ ସେନାରେ ଚାକିରି କରନ୍ତି । ସବୁ ଭାଇ ଭଉଣୀଙ୍କ ବିବାହ ସରିଛି । ଏପରିକି ନୀତନ ମଧ୍ୟ ବର୍ଷକ ତଳେ ବିବାହ କରିଥିଲେ ।
ମିଳିଥିବା ସୂଚନା ଅନୁସାରେ, କପଡା ବ୍ୟବସାୟୀ ନବୀନ ଶେଖାବତଙ୍କ ପୁଅର ବାହାଘର ହେଇଥିଲା । ଏଥିପାଇଁ କାର୍ଡ ଦେବାକୁ ସେ ସୁଖଦେବ ସିଂହ ଗୋଗାମାଡଙ୍କ ଘରକୁ ଯାଇଥିଲେ । ଏହି ସମୟରେ ନବୀନଙ୍କ ସହ ରୋହିତ ଏବଂ ନୀତିନ ମଧ୍ୟ ଯାଇଥିଲେ । ନବୀନ ତିନି ଦିନ ପୂର୍ବରୁ ୫ ହଜାର ଦୈନିକ ଭଡା ଦେଇ ଏକ ଏସୟୁବି କାର ଆଣିଥିଲେ ଏବଂ ଏଥିରେ ବୁଲୁଥିଲେ । ହତ୍ୟାକାଣ୍ଡ ପରେ ସେ ଏହି କାରକୁ ସେଠାରେ ଛାଡି ପଳାଇ ଯାଇଥିଲେ ।
Comments are closed.