Latest Odisha News

BREAKING NEWS

ସୁଖଜିନ୍ଦର ରାନ୍ଧୱା ହୋଇପାରନ୍ତି ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଗାଦି କିଏ ସମ୍ଭାଳିବ ତାକୁ ନେଇ ସସ୍‌ପେନ୍ସ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟତା ମିଳିପାରିନାହିଁ। ତେବେ ଖବର ଅନୁଯାୟୀ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁଖଜିନ୍ଦର ରାନ୍ଧୱା।

ପଞ୍ଜାବ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କୁ ସୁଖଜିନ୍ଦର ରାନ୍ଧୱାଙ୍କ ନାମ ସୁପାରିଶ୍‌ କରିଛି। ଦଳର ଏହି ପ୍ରସ୍ତାବ ଉପରେ ସୋନିଆ ଗାନ୍ଧୀଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଉଲ୍ଲେଖ ଥାଉ କି ପୂର୍ବରୁ ଅମ୍ବିକା ସୋନିଙ୍କୁ ସିଏମ୍‌ ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।

ସୁଖଜିନ୍ଦରଙ୍କ ବ୍ୟତୀତ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ମଧ୍ୟ ଆଲୋଚନା ଚାଲିଛି। ଅରୁଣା  ଚୌଧୁରୀ ଡେପୁଟି ସିଏମ୍ ପଦରେ ଅବସ୍ଥାପିତ ହୋଇପାରନ୍ତି। ଏହା ବ୍ୟତୀତ ଭାରତ ଭୂଷଣ ଆଶୁଙ୍କୁ ଡେପୁଟି ସିଏମ କରାଯିବା ନେଇ ଆଲୋଚନା ହେଉଛି।

Comments are closed.