Latest Odisha News

BREAKING NEWS

ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ବିଜେଡି ସାଂସଦ ସୁଲତା

ନୂଆଦିଲ୍ଲୀ: ବିଜେଡି ସାଂସଦ ସୁଲତା ଦେଓ ବୁଧବାର ରାଜ୍ୟସଭାରେ ଅଧ୍ୟକ୍ଷତା କରିଛନ୍ତି। ଓଡିଶାରୁ ଏଭଳି ସୁଯୋଗ ପାଇବାରେ ସେ ପ୍ରଥମ ମହିଳା ସାଂସଦ। ରାଜ୍ୟସଭାରେ ଅଧ୍ୟକ୍ଷତା କରିବାରେ ସେ ତୃତୀୟ ଓଡିଆ। ପୂର୍ବରୁ ପାଖାପାଖି ୨୫ ବର୍ଷ ତଳେ ଜନତା ଦଳର ସାଂସଦ ସନାତନ ବିଶିଙ୍କୁ ରାଜ୍ୟସଭାରେ ଅଧ୍ୟକ୍ଷତା କରିବାର ସୁଯୋଗ ମିଳିଥିଲା। ଗତବର୍ଷ ବିଜେଡି ସାଂସଦ ସସ୍ମିତ ପାତ୍ର ଗୃହରେ ଅଧ୍ୟକ୍ଷତା କରିଥିଲେ।

ବୁଧବାର ଅପରାହ୍ନରେ ରାଜ୍ୟସଭା କାର୍ଯ୍ୟ ଚାଲିଥିବା ମଧ୍ୟରେ ଗୃହର ଅଧ୍ୟକ୍ଷଙ୍କ ଚେୟାରରେ ଆସୀନ ହୋଇ ସୁଲତା ପ୍ରଥମଥର ପାଇଁ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ। ହିମାଚଳ ପ୍ରଦେଶର ଆଦିବାସୀ ତାଲିକା ନେଇ ସମ୍ବିଧାନ ସଂଶୋଧନ ବିଲ୍ ଉପରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଉତ୍ତର ଦେଉଥିବା ବେଳେ ସୁଲତା ଗୃହର ଅଧ୍ୟକ୍ଷତା ପାଇଁ ଆସିଥିଲେ। ସେହିପରି ଗୃହକାର୍ଯ୍ୟ ଶେଷ ପରେ ବେଜିଡି ଓ ଅନ୍ୟ ଦଳର ସାଂସଦମାନେ ସୁଲତାଙ୍କୁ ଗୃହର ସୁପରିଚାଳନା ସକାଶେ ଅଭିନନ୍ଦନ ଜଣାଇଥିଲେ।

Leave A Reply

Your email address will not be published.