Latest Odisha News

ଓଏସ୍ଏସସି ପ୍ରଶ୍ନପତ୍ର ଲିକ ମାମଲାର ମାଷ୍ଟର ମାଇଣ୍ଡ ଗିରଫ

ଭୁବନେଶ୍ୱର: ଓଏସ୍ଏସସି ପ୍ରଶ୍ନପତ୍ର ଲିକ ମାମଲାର ମାଷ୍ଟର ମାଇଣ୍ଡ ଗିରଫ । ବିହରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୋଲିସ । ମାଷ୍ଟର ମାଇଣ୍ଡ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ଗିରଫ କରିଥିଲା । ଆଜି ଗିରଫ ହୋଇଛି ମାଷ୍ଟର ମାଇଣ୍ଡ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୬ ଜଣ ଗିରଫ ହେଲେଣି ।

ସୂଚନାଥାଉ କି, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ପକ୍ଷରୁ ୨୦୨୩ ଜୁଲାଇ ୧୬ରେ ଅନୁଷ୍ଠିତ ଜେଇ ସିଭିଲ୍ ମେନ୍ ଲିଖିତ ପରୀକ୍ଷା  ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା ।  ପ୍ରଶ୍ନ ପତ୍ର ଲିକ୍ ହୋଇଥିବା ନେଇ ଏସପି ସାଗରିକା ନାଥ ସୂଚନା ଦେବା ପରେ ଓଏସଏସସି ତୁରନ୍ତ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା।  ତଦନ୍ତରୁ ଜଣାପଡିଥିଲା ପରୀକ୍ଷା ପୂର୍ବ ଦିନ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ।

ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲା ବାଲେଶ୍ୱର ପୋଲିସ।  ଏହି ମାମଲାରେ ପୋଲିସ ପୂର୍ବରୁ ୯ ଜଣଙ୍କୁ ଗିରଫ କରିଥିଲା ।

ସେପ୍ଟେମ୍ବର ୩ ତାରିଖରେ ଜେଇ ସିଭିଲ ପାଇଁ ନୂଆ କରି ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓଏସଏସସି ପକ୍ଷରୁ ଘୋଷଣା କରାଯାଇଛି।

Leave A Reply

Your email address will not be published.