Latest Odisha News

ସମ୍ କୋଭିଡ୍ ହସ୍ପିଟାଲର କରୋନା ଯୋଦ୍ଧା କମଳିନୀ ମଲ୍ଲିକ ସମ୍ବର୍ଦ୍ଧିତ

ଭୁବନେଶ୍ବର : କୋଭିଡ୍ ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା ଦିଗରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗୀକୃତ କରିଥିବା ସମ୍ ହସ୍ପିଟାଲ୍‌ର ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ କମଳିନୀ ମଲ୍ଲିକଙ୍କୁ ‘ଭାରତ ଗୌରବ ଶ୍ରୀ’ ସମ୍ମାନ ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ ସମାଜ ସେବା ପାଇଁ ବିଶ୍ବ ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ସମ୍ କୋଭିଡ୍ ହସ୍ପିଟାଲ୍‌ର କରୋନା ଯୋଦ୍ଧା କମଳିନୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଗତ ୨୦୨୦ ମାର୍ଚ୍ଚ ମାସରେ କୋଭିଡ୍ ମହାମାରୀ ଆରମ୍ଭ ହେବା ପରଠାରୁ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଦୀର୍ଘ ଏକ ବର୍ଷ ୮ ମାସ ଧରି ନିରନ୍ତର କରୋନା ସଂକ୍ରମିତଙ୍କ ସେବା, ଯତ୍ନ ଓ ଚିକିତ୍ସା କରି ଆସୁଛନ୍ତି କମଳିନୀ । ତାଙ୍କର ପ୍ରଚେଷ୍ଟା ଫଳରେ ଅନେକ ଗୁରୁତର ସଂକ୍ରମିତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିପାରିଛନ୍ତି ।

ଦୀର୍ଘ ଦିନ ହେବ ନିଜ ପରିବାରଠାରୁ ଦୂରରେ ରହି ହସ୍ପିଟାଲ୍‌ରେ ହିଁ ନିଃସ୍ବାର୍ଥପର ଭାବେ ରୋଗୀ ସେବା କରି ଆସୁଛନ୍ତି କମଳିନୀ । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକା ଦୂତାବାସର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଶରତଚନ୍ଦ୍ର ପ୍ରଧାନ, ମରିସସ୍‌ର ବିଶ୍ବ ଯୁବ ସଂସ୍ଥାନର ସେକ୍ରେଟାରୀ ଜେନେରାଲ୍ ଅମରନାଥ ଦେଓ ଏବଂ ବିଶ୍ବ ମାନବାଧିକାର ସୁରକ୍ଷା ସଂଘର ଜାତୀୟ ସଭାପତି ଅଭିନ୍ନ ହୋତା ଉପସ୍ଥିତ ଥିଲେ । ଏହି ଅବସରରେ ‘ଆତଙ୍କବାଦ, ପରିବେଶ ନ୍ୟାୟ ଏବଂ ମାନବାଧିକାର’ ଶୀର୍ଷକ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା ।

Comments are closed.